Spread the love

ନୂତନ ବଡ଼ଦାଣ୍ଡ ପ୍ରକଳ୍ପ ପାଇଁ ଜିଲ୍ଲାପାଳ ଙ୍କ ଭଟଲି ପରିଦର୍ଶନ

ଭଟଲି : ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଭଟଲି ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ସେ ଭଟଲିର ପ୍ରସିଦ୍ଧ ଦଧିବାମନ ମହାପ୍ରଭୁଙ୍କ ମନ୍ଦିରରୁ ବରଗଡ଼ ଭଟଲିର ମୁଖ୍ୟ ରାସ୍ତାକୁ ସଂଯୋଗ କରିବା ପାଇଁ ପ୍ରସ୍ତାବିତ ନୂତନ ବଡ଼ଦାଣ୍ଡ ପ୍ରକଳ୍ପ ନିମନ୍ତେ ଶ୍ରୀମନ୍ଦିରକୁ ଏକ ବାଇପାସ୍ ରାସ୍ତା ପାଇଁ ଜାଗା ଚିହ୍ନଟ କରିବା ସହ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହାସହିତ ମନ୍ଦିରର ପାରିପାର୍ଶ୍ୱକ ବିକାଶ, ଭକ୍ତମାନଙ୍କ ପାଇଁ ସୁବିଧା, ସୌନ୍ଦର୍ଯ୍ୟକରଣ, ଯତୟାତର ସୁବିଧା ଏବଂ ଭବିଷ୍ୟତ ଦୃଷ୍ଟିରୁ ଏକ ସୁପରିକଳ୍ପିତ ଧାର୍ମିକ କରିଡର ଗଠନ ନେଇ ସମୀକ୍ଷା କରିଥିଲେ। ଏହି ପରିଦର୍ଶନରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଉପ ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ,ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର, ଏବିଡ଼ି ଓ ଜ୍ୟୋସ୍ନାରାଣୀ ଗଡ଼ତିଆ, କନିଷ୍ଠଯନ୍ତ୍ରୀ ସଞ୍ଜୀବ ମାଝୀ, ଭଟଲି ଆରଆଇ ଅଜିତ ପଧାନ ଙ୍କ ସମେତ ଭଟଲି ଗ୍ରାମବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *