ପୁଣି ଅଲୋଡା ହେଲା ଶିଶୁପୁତ୍ର : ବ୍ରିଜ୍ ତଳୁ ଶିଶୁ ପୁତ୍ର ମୃତଦେହ ଉଦ୍ଧାର

ଜେ ବି ଏନ, ୧୦/୦୩/୨୦୨୧, (ରିପୋର୍ଟ, ମଦନ ସାହୁ), ନାଲକୋ : ନାଲକୋନଗର ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁ ତେନ୍ତୁଳିପଶି ସ୍କୁଲ ପଛ ପାଖ ଅଙ୍ଗନବାଡ଼ି କେନ୍ଦ୍ର ନିକଟର ବିଲରୁ ୧୦ଦିନ ତଳେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା । ଆଜି ପୁଣି କୁକୁଡାଙ୍ଗ ବ୍ରିଜ ତଳୁ ଆଉ ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ , ଆଜି (ବୁଧବାର) ଦିନ ସକାଳୁ କୁକୁଡାଙ୍ଗ ଗ୍ରାମର ଯୁବକମାନେ ଶୌଚ ହେବାକୁ ଯାଉଥିବା ବେଳେ ଉକ୍ତ ନବଜାତ ଶିଶୁ ପୁତ୍ରଟି ଭାସୁଥିବା ଦେଖିଥିଲେ । ଶିଶୁ ପୁତ୍ରଟି ଏକ ଲୁଗାରେ ଗୁଡ଼ାଇ ହୋଇ ବ୍ୟାଗ ଭିତରେ ପଶି ପାଣିରେ ଭାସୁଥିଲା । ପାଣି ସ୍ରୋତରେ ବ୍ୟାଗ ଭିତରୁ ବାହାରି ପଡ଼ିବାରୁ ଏହା ଯୁବକମାନଙ୍କ ଦୃଷ୍ଟିରେ ପଡ଼ିଥିଲା । ଘଟଣା ଜଣା ପଡିବା ପରେ ଲୋକ ସେଠାରେ ରୁଣ୍ଢ ହୋଇ ଯାଇଥିଲେ । ସଦ୍ୟ ନବଜାତ ଶିଶୁ ପୁତ୍ରଟିର ନାଭି କଟା ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


