ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲରେ ବିଶ୍ଵ ଫାଷ୍ଟ ଏଡ୍ ଦିବସ-୨୦୨୬ ପାଳିତ

ବରଗଡ:୧୨/୮(ପବିତ୍ର ମେହେର):କୌଣସି ଆକସ୍ମିକ ଦୁର୍ଘଟଣା, ଆଘାତ କିମ୍ବା ଶାରୀରିକ ଜରୁରୀକାଳୀନ ସ୍ଥିତିରେ ଡାକ୍ତରୀ ସହାୟତା ପୂର୍ବରୁ ଆହତ ବ୍ୟକ୍ତିଙ୍କୁ ଯେଉଁ ସବୁ ପ୍ରାଥମିକ ସହାୟତା କରିବା ଅବଶ୍ୟକ ସେ ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ପ୍ରଦାନ କରିବାପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ସ୍ଥିତ ପି ଏମ୍ ଶ୍ରୀ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଫାଷ୍ଟ ଏଡ୍ ଦିବସ -୨୦୨୬ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅମ୍ବାଭୋନା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ପ୍ରଶାନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ।ଜୁନିଅର୍ ରେଡକ୍ରସ୍ କାଉନସେଲର ସଂଜୟ ଖମାରୀ ସଭାକାର୍ଯ୍ୟ ପରିଚାଳନା କରିବା ସହ ଫାଷ୍ଟ ଏଡ୍ ଦିବସ ପାଳନର ଉଦ୍ଦେଶ୍ୟ ଓ ପ୍ରାଥମିକ ସହାୟତାର ଆବଶ୍ୟକତା ସମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ପ୍ରାଥମିକ ସହାୟତା କ୍ଷେତ୍ରରେ ଜୁନିଅର୍ ରେଡ୍ କ୍ରସର ସଦସ୍ୟଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା ବିଭିନ୍ନ ପରିସ୍ଥିତିରେ ଯଥା ନିଆଁରେ ପୋଡ଼ିଗଲେ,ସର୍ପ ଦଂଶନ କଲେ,ଆକସ୍ମିକ ଦୁର୍ଘଟଣା ଆଦି ଜରୁରୀକାଳୀନ ସ୍ଥିତିରେ ଫାଷ୍ଟଏଡ୍ ମାଧ୍ୟମରେ କିପରି ଆଶୁ ଚିକିତ୍ସା କରାଯାଇପାରିବ ସେଗୁଡିକୁ ପ୍ରଦର୍ଶନ ମାଧ୍ୟମରେ ଦର୍ଶାଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଜୁନିଅର୍ ରେଡ୍ କ୍ରସର ସଦସ୍ୟ ଅଂଶଗ୍ରହଣ କରିଥିବା ବେଳେ ଶିକ୍ଷକ ଆଶୁତୋଷ ଭୋଇ,ଶିକ୍ଷୟିତ୍ରୀ ଚନ୍ଦ୍ରିକା ଦାଶ ଓ ରୋଜାଲିନ ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।



