Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନୀଳକଣ୍ଠେଶ୍ଵର ବିଦ୍ୟାପୀଠର ୧୯୮୯ ବ୍ୟାଚ୍ ର ବନ୍ଧୁ ମିଳନ

 

ଜେ ବି ଏନ, ୧୪/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ତାଳଚେର/ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ ବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ଵର ବିଦ୍ୟାପୀଠର ୧୯୮୯ ବ୍ୟାଚ୍ ମେଟ୍ରିକ୍ ଛାତ୍ରଛାତୀ ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ସେଣ୍ଟ୍ରାଲ ୱର୍କସପ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ତତ୍ ସମୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁରାତନ ଛାତ୍ର ଅକ୍ଷୟ କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ l ଶିକ୍ଷକ ମାନଙ୍କ ମଧ୍ୟରେ କୈଳାଶ ଚନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ଦୁଃଖବନ୍ଧୁ ସାହୁ, ଅନ୍ତରା ସାହୁ, ଗିରିଧାରୀ ରାଉଳ, ରସାନନ୍ଦ ସାହୁ ପଟେଲ ଗଡନାୟକ, କ୍ଲାର୍କ ସାର ଶ୍ରୀବତ୍ସ ଦାସ, ପ୍ରମୂଖ ମଞ୍ଚାସୀନ ଥିବା ବେଳେ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଭାରତୀ ମିଶ୍ର ଓ ଉର୍ମିଳା ପଣ୍ଡା ପ୍ରମୂଖ ମଞ୍ଚାସୀନ ଥିଲେ l ସେହିପରି ପୂର୍ବତନ ପିଅନ ରଙ୍ଗବତୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ l ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଗତ ଦିନର ଛାତ୍ର ସମୟର ସ୍ମୃତି ଚାରଣ କରିଥିଲେ ଓ ଆସନ୍ତା ଦିନରେ କିପରି ସୁରଖୁରରେ ଜୀବନ ନିର୍ବାହ କରି ପାରିବେ ସେ ନେଇ ଆଶିର୍ବାଦ କରିବା ସହିତ ଦିଗ୍

ଦର୍ଶନ ପ୍ରଦାନ କରିଥିଲେ l ପରେ ପରେ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କୁ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଉତ୍ତରୀୟ ଓ ନୂତନ ବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ବିଷୟରେ ସୂଚନା ପ୍ରଦାନ କରିଥିଲେ l ଏହି ଅବସରରେ ମହାପ୍ରସାଦ ଆକାରରେ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା l ପରିଶେଷରେ ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମ ର ଆୟୋଜନ କରିଥିବା ପୁରାତନ ଛାତ୍ରମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l