ବର୍ଜବସ୍ତୁ ପରିଚାଳନା କ୍ଷେତ୍ର (ନିଷିଦ୍ଧାଂଚଳ ) ଥାଇ ସୁଦ୍ଧା ଏଣେତେଣେ ଗଡୁଛି ବର୍ଜବସ୍ତୁ

ଜେ. ବି. ଏନ୍ (୧୫/୦୩/୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ), ଅମ୍ବାଭୋନା :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ସରକାରୀ ଡାକ୍ତର ଖାନା ପରିସର ରେ ଡାକ୍ତର ଖାନା ରୁ ବାହାରୁଥିବା ବର୍ଜ ବସ୍ତୁ ଗୁଡିକର ସୁପରିଚାଳନା ପାଇଁ
ଏକ ବର୍ଜବସ୍ତୁ ପରିଚାଳନା କ୍ଷେତ୍ର
(ନିଷିଦ୍ଧ ଅଞ୍ଚଳ ) ରହିଛି । କିନ୍ତୁ ଉକ୍ତ ବର୍ଜ ବସ୍ତୁ ପରିଚାଳନା କ୍ଷେତ୍ର ଟି କାମରେ ଆସୁନି । ଯଦ୍ଵାରା ଡାକ୍ତର ଖାନା ର ଜୈବ ବର୍ଜ ବସ୍ତୁ ,କୋଭିଡ -୧୯ ପାଇଁ ବର୍ଜ୍ୟବସ୍ତୁ ସାମଗ୍ରୀ ଗୁଡିକ ଏଣେତେଣେ ରଖା ଯାଉଥିବା ଦେଖିବାକୁ ମିଳୁଛି । କୋଭିଡ ୧୯ ସମୟରେ ସରକାର ବହୁ ଅର୍ଥ ଖର୍ଚ କରି ବର୍ଜ ବସ୍ତୁ ପରିଚାଳନ। କ୍ଷେତ୍ର ନିର୍ମାଣ କରି ତାର ସଠିକ ପରିଚାଳନ ନ ହେବା ପରିତାପ ର ବିଷୟ । କୋଭିଡ ୧୯ ବର୍ଜ ବସ୍ତୁ ଆଦି ଏକ ପାନିୟ ଜଳ ପାଇପ୍ ନିକଟରେ ଜମା କରିବା କେତେ
.ସାଂଘାତିକ ତାହା ଅନୁମାନ କରି ପାରୁଥିବେ ।ଜିବାଣୁ ସଂକ୍ରମଣ କୁ ପ୍ରତିରୋଧ କରିବା ପାଇଁ ସରକାର
ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼
ଅଧିନରେ ସମସ୍ତ ଡାକ୍ତର ଖାନା ପାଇଁ ନିୟମାବଳି ଜାରି କରିଅଛନ୍ତି । ନିୟମ ଉଲଙ୍ଘନ କାରୀ ଙ୍କୁ ଜୋରିମାନା ଓ ଜେଲ ର ନିୟମ ରହିଛି । ଜଣେ ଦକ୍ଷ ଡାକ୍ତର ଭାବେ ଜଣାଶୁଣା ଡାଃ ହିତାକାଂକ୍ଷୀ ପ୍ରଧାନ କିପରି ଜାଣିପାରୁ ନାହାନ୍ତି। ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)