Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 

କଟକ ଚନ୍ଦନ ପୋଖରୀରେ ଜନୈକ ବ୍ଯକ୍ତିଂକର ମୃତ ଦେହ ଉଦ୍ଧାର 

 

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ୍ତ କୁମାର ଘଡେଇ), କଟକ : କଟକର ଚୌଧୁରୀ ବଜାରସ୍ଥିତ ମାରୁତି ମଣ୍ଡପ ନିକଟରେ ଥିବା ପ୍ରସିଦ୍ଧ ଚନ୍ଦନ ପୋଖରୀରେ ଜନୈକ ବ୍ଯକ୍ତିଂକର ମ୍ରୃତଦେହ ଭାଷୁଥୂବାର କୌଣସି ସୂତ୍ରରୁ ଖବର ପାଇ ପୁରୀଘାଟ ଥାନା ପୋଲିସ୍ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଶ୍ରୀ ରଶ୍ମୀରଂଜନ ସାହୁଂକ ପ୍ରତ୍ଯକ୍ଷ ତତ୍ବାବଧାନରେ ଘଟଣାସ୍ଥଳକୁ ଯାଇ ଅଗ୍ନିଶମ ବିଭାଗ ସହାୟତାରେ ମ୍ରୂତଦେହକୁ ଉଦ୍ଧାର କରି ବ୍ଯବଚ୍ଛେଦ ଲାଗି ପଠାଇଛନ୍ତି। ଅନୁସନ୍ଧାନ ରୁ ଜଣାଯାଏ ଯେ ମ୍ରୂତବ୍ଯକ୍ତି ଜଣକ ଵିଶ୍ବଜିତ୍ ଅଗ୍ରଓ୍ୱାଲ ସ୍ଥାନୀୟ ହଜାରୀ ଲେନ୍ ର ବାସିନ୍ଦା ଏବଂ ସେ ଭାରତୀୟ ଜୀବନ ବୀମା ରେ ଏଜେଣ୍ଟ ଭାବରେ କାର୍ଯ୍ଯ କରୁଥିଲେ। ମ୍ରୁତ୍ୟୁ ର କାରଣ ଜଣାପଡିନାହିଁ। ପୁରୀଘାଟ ଥାନା ପୋଲିସ୍ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।