Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବାଇଗଣ ଗଛରେ ଫଳିଛି ଟମାଟୋ ଦେଖିବାକୁ ଲୋକଙ୍କ ଭିଡ଼

ଜେ ବି ଏନ, ରିପୋର୍ଟ, ମଦନ ସାହୁ, ୧୯.୦୩.୨୦୨୧, ଅନୁଗୋଳ : ଅନୁଗୋଳ ବ୍ଲକ କାଙ୍ଗୁଲା ମୁଣ୍ଡିଆ ସାହି ନିକଟସ୍ଥ ବିହାରୀ ଛକ ପାଖରେ ଥିବା କାଙ୍ଗୁଲା ଗ୍ରାମର ଉଦ୍ଧବ ବେହେରାଙ୍କ ବାଇଗଣ ବାଡ଼ିରେ ଟମାଟୋ ଫଳିଥିବା ନେଇ ଲୋକଙ୍କ ଗହଳି ଲାଗି ରହିଛି। ବାଇଗଣ ଗଛରେ ଟମାଟୋ ସଦୃଶ ଫଳ ଫଳିଥିବା ଦେଖି ଲୋକମାନେ ଟମାଟୋ ବୋଲି ଭାବୁଛନ୍ତି। ଏହି ଫଳ ଗୁଡିକୁ ଦେଖିଲେ ଖାଲି ଆଖିରେ ବିଶ୍ୱାସ କରି ହେଉନି। ବାଇଗଣ ବାଡ଼ିରେ ଏମିତି ଲାଲ ରଙ୍ଗର ଟମାଟୋ ସଦୃଶ ଫଳ କେମିତି ଫଳିଲା ସେ ନେଇ ଆଶ୍ଚର୍ଯ୍ୟ ହେଉଛନ୍ତି ଚାଷୀ ଉଦ୍ଧବ। ରାସ୍ତା ରେ ଯାଉଥିବା ଲୋକ ଏହି ଫଳ ଗୁଡିକୁ ଦେଖି ଆଶ୍ଚମ୍ବିତ ମଧ୍ୟ ହେଉଛନ୍ତି।