ବାଂଲାଦେଶରେ ମୋଦୀଙ୍କ ଗସ୍ତକୁ ବିରୋଧ କରି ହିଂସା

ଜେ ବି ଏନ, ୨୭/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଢାକା : ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତୀ ଅବସରରେ ଢାତାରେ ଅନୁଷ୍ଠିତ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ବାଂଲାଦେଶର ମୁକ୍ତି ସଂଗ୍ରାମରେ ଶେଖ ମୁଜିବୁର ରେହମାନଙ୍କ ନେତୃତ୍ବ ଓ ଭାରତୀୟ ସେନାର ଅବଦାନକୁ ସ୍ମରଣ କରିଛନ୍ତି । ଅନ୍ୟପକ୍ଷରେ ମୋଦୀଙ୍କ ଗସ୍ତକୁ ବିରୋଧ କରି ବାଂଲାଦେଶର ସହର ଚିଟ୍ଟାଗଙ୍ଗରେ କେତେକ ମୌଳବାଦୀ ଗୋଷ୍ଠୀ ହିଂସାକାଣ୍ଡ ଆରମ୍ଭ କରିଦେଇଛନ୍ତି । ଏହି ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ରବର ବୁଲେଟ ଚଳାଇବାରୁ ୪ ଜଣ ନିହତ ହେବା ସହ ୧୨ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ କେତେକ ସାମ୍ବାଦିକ ଆହତ ହୋଇଥିବା ଜଣାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦୁଇଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ବାଂଲାଦେଶର ଚିଟ୍ଟାଗଙ୍ଗ ସହରରେ ମୋଦୀଙ୍କ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ପ୍ରଦର୍ଶନକାରୀ ହିଂସାକାଣ୍ଡ ଘଟାଇବାରୁ ପୁଲିସ ପକ୍ଷରୁ ସେମାନଙ୍କ ଉପରେ ରବର ବୁଲେଟ୍ ଚାଳନା କରାଯାଇଥିଲା। ଏହି ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ରହିଛି। ପୁଲିସ ଅଧିକାରୀ ରାଫିକ୍ୟୁଲ ଇସଲାମ କହିଛନ୍ତି ଯେ, ପ୍ରଦର୍ଶନକାରୀମାନେ ମୋଦୀଙ୍କ ଗସ୍ତକୁ ବିରୋଧ କରିବା ସହିତ ଏକ ପୁଲିସ ଷ୍ଟେସନରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନଙ୍କୁ ରୋକିବା ଲାଗି ପୁଲିସକୁ କାର୍ଯ୍ୟାନୁଷ୍ଠାନ କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ରାଜଧାନୀ ଢାକାରେ ମଧ୍ୟ ମୋଦୀଙ୍କ ଗସ୍ତକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି । ବାଂଲାଦେଶର ‘ଦି ଡେଲି ଷ୍ଟାର’ର ରିପୋର୍ଟ ଅନୁସାରେ ଢାକାର ବୈତୁଲ ମୁକ୍କରମ ଅଞ୍ଚଳରେ ଥିବା ଜାତୀୟ ମସଜିଦରେ ଆଜି ଶୁକ୍ରବାର ନମାଜ ପରେ ଲୋକମାନେ ଏକତ୍ରିତ ହୋଇ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହା ପରେ ସେମାନେ ନିକଟରେ ଥିବା ଏକ ଥାନାକୁ ଯାଇ ଭଙ୍ଗାରୁଜା କରିଥିଲେ । ଏହା ପରେ ପୁଲିସ ବାଧ୍ୟ ହୋଇ ଲୁହବୁହା ବାଷ୍ପ ଓ ରବର ଗୁଳି ଚଳାଇଥିଲା । ଫଳରେ ଦଳାଚକଟା ହୋଇ ୫୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)

