Spread the love

ଜନ୍ମକଲା ମାଆକୁ ଚାହିଁଲାନି ପୁଅ, ମାଆ ର ଶବକୁ କାନ୍ଧଦେଲା ଝିଅ, ଘୋର୍ କଳିକାଳ।

ଆଙ୍କର- ଜନ୍ମ କଲା ମାଆର ମୃତ୍ୟୁ ରେ ବି ଆସିଲାନି ପୁଅ , ମାଆ ର ଶବକୁ କାନ୍ଧଦେଲା ଝିଅ। ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ସାଲେଇକେନା ଗ୍ରାମରେ। ଜଣେ ୮୦ବର୍ଷର ବୃଦ୍ଧା ଅପୂର୍ବ ନାୟକ।ଘର ଯୋଡା ଅଞ୍ଚଳର ମରସୁଆଁ ଗ୍ରାମରେ। ତାର ତିନିପୁଅ ବାର୍ଦ୍ଧକ୍ୟ ଅବସ୍ଥାରେ ନପଚାରିବାରୁ ସେ ୫ ବର୍ଷ ପୂର୍ବେ ଝିଅ ଘରକୁ ଚାଲି ଆସିଥିଲେ।ସଲେଇକେନାରେ ତାଙ୍କ ଝିଅ ନିରାଶ ନାଏକ ଜ୍ବାଇଁ ସତ୍ୟାନନ୍ଦ ନାଏକଙ୍କ ଘରେ ପାଞ୍ଚ ବର୍ଷ ହେବ ରହି ଆସୁଥିଲେ। ବୟସର କାଳ ଚକ୍ରରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ମାଆର ମୃତ୍ୟୁ ଖବର ପୁଅମାନଙ୍କୁ ଜଣାଗଲା।ଶବ ନେଇ ଗାଁରେ ସତ୍କାର କରିବାକୁ ଝିଅ ନେହୁରା ହେଲା। କିନ୍ତୁ ପୁତ୍ର ଥାଇ ମଧ୍ୟ୍ୟ ସେମାନେ ନ ଆସିବାରୁ ଝିଅ ଓ ଜ୍ବାଇଁ ମିଶି କୋକେଇ ବୋହିବା, ମୁଖାନ୍ନି ଦେବା ସହିତ ଶେଷକୃତ ସମ୍ପୂଣ୍ଣ କରି ଥିଲେ ଏବଂ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କଲେ ଝିଅର ଏଭଳି କାର୍ଯ୍ୟ ପାଇଁ ଲୋକଙ୍କ ପ୍ରସଂଶା ମଧ୍ୟ୍ୟ ସାଉଁଟିଲେ l ନାରୀକୁ କିଏ ଦୁର୍ବଳା କହୁଥିବା ବେଳେ ଏଠାରେ ନାରୀ ଵି ସର୍ବ ଶକ୍ତିମାନ।ଶେଷକୃତ ସମୟରେ ଗ୍ରାମର ସହୃଦୟ ବ୍ୟାକ୍ତିଙ୍କ ସହିତ ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡା ସାମିଲ ଥିଲେ।ପୁଅ ନ ଆସିବାରୁ ଶେଷରେ ସମ୍ପର୍କୀୟଙ୍କ ସହଯୋଗରେ ଗାଁ ଶ୍ମଶାନରେ ମାଆର ଶବ ସତ୍କାର କରାଗଲା। ଝିଅ ବି ଏ ଅମଣିଷ ସମାଜରେ କୌଣସି ଗୁଣରେ ପୁଅଙ୍କ ଠାରୁ କୌଣସି କ୍ଷେତ୍ରରେ କମ୍ ନୁହେଁ ତାହା ଏ ପୁରୁଷ ପ୍ରଧାନ ବୋଲାଉଥିବା ସମାଜକୁ ଦେଖେଇଲେ ଝିଅ ନିରାଶ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *