Spread the love

ଭରସା ପରିବାର ହାତ ବଢ଼ାଇଲା

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଙ୍କିରୀ ପଞ୍ଚାୟତ ତେରଣ୍ଟି ଗ୍ରାମର ସ୍ବର୍ଗତଃ ସୁଦର୍ଶନ ମୁଦିଙ୍କ ଶୁଦ୍ଧିକ୍ରିୟା ପାଇଁ ତାଙ୍କ ପରିବାରକୁ ସ୍ବେଚ୍ଛାସେବୀଙ୍କ ପକ୍ଷରୁ ସହାୟତା ମିଳିଥିଲା ଆଜି ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ନାଏକ ସୁଦର୍ଶନଙ୍କ ଘରକୁ ଯାଇ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି ସ୍ବେଚ୍ଛାସେବୀ ସଂଗଠନ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତଙ୍କ ଆହ୍ବାନକ୍ରମେ, ସାଧାରଣ ସମ୍ପାଦକ ଶିବଶଙ୍କର ମିଶ୍ର, ଜିଲ୍ଲା ସଭାନେତ୍ରୀ ସୋନାଲି ମାରାଣ୍ଡି, ଯୁବ ସଭାପତି ବିଶ୍ୱଜିତ ମହାନ୍ତ ରଘୁନାଥ ମହାନ୍ତ ଜନ୍ମଦୟ ସିଂ ରଶ୍ମିତା ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଶୁଦ୍ଧିକ୍ରିୟା ପାଇଁ ରାସନ୍ ସାମଗ୍ରୀ ପରିବାରର ସମସ୍ତଙ୍କୁ ନୂତନ ବସ୍ତ୍ର ସମେତ କିଛି ଅର୍ଥ ରାଶି ମଧ୍ୟ ଯୋଗାଇ ଦେଇଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *