Spread the love

ଢେଙ୍କାନାଳ ଡାକ ମଣ୍ଡଳ ତରଫରୁ ଫିଟ୍ ଇଣ୍ଡିଆ ସ୍ବଚ୍ଛତା ଫ୍ରିଡମ ରନ ୪.୦ କାର୍ଯ୍ୟକ୍ରମ

 

ଆଜି ତା ୨୬.୧୦.୨୦୨୩ ରିଖ ଗୁରୁବାର ଦିନ ଆୟୋଜିତ କରାଯାଇଅଛି।ଏହି ଅବସରରେ ଢେଙ୍କାନାଳ ମୁଖ୍ୟ ଡାକ ଘର ଏବଂ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟର ର ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ ମିନି ମାରାଥନ ଆୟୋଜନ କରାଯାଇଥିଲା।ଏହି ମାରାଥନ ରେ ପ୍ରାୟ ୬୦ ରୁ ଉର୍ଦ୍ଧ ଡାକ କର୍ମଚାରୀ ଯୋଗ ଦେଇ ୩ କିଲୋମିଟର ପର୍ଯ୍ୟନ୍ତ ଦୌଡରେ ଭାଗ ନେଇଥିଲେ । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ସ୍ଲୋଗାନ ଦେଇ ଦୌଡ଼ ଆରମ୍ଭ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ କୁ ଢେଙ୍କ।ନାଲ ଡାକମଣ୍ଡଳ ର ସହକାରୀ ଅଧୀକ୍ଷକ ଶ୍ରୀଯୁକ୍ତ ନୀଳମଣି ଜାନୀ ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ହେଉଛି ଫିଟ୍ନେସ୍ କୁ ପ୍ରୋତ୍ସାହିତ କରିବା ଏବଂ କର୍ମ ତତ୍ପରତା ସୃଷ୍ଟି କର।ଇବ। ସହିତ ମେଦ ବହୁଳତା ,ଅଳସୁଆ ପଣ, ଚାପ,ଚିନ୍ତା,ରୋଗ ଇତ୍ୟାଦିରୁ ମୁକ୍ତି ପାଇବାର ସାହାଯ୍ୟ କରିବା। ଫଳରେ କର୍ମ ଚାରୀ ଙ୍କ ମଧ୍ୟରେ କର୍ମ କରିବାର ଆଗ୍ରହ ସୃଷ୍ଠି ହେବା ସହିତ ସୁସ୍ଥ ମାନବ ଏବଂ ସୁସ୍ଥ ଦେଶ ଗଠନରେ ଅଗ୍ରାଧି ଭୂମିକା ଗ୍ରହଣ କରାଯାଇ ପାରିବ।

ଏହି ମାରାଥନ ଦୌଡ଼ରେ ଡାକ ସହାୟକ ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।କର୍ମଚାରି ମାନଙ୍କ ମଧ୍ୟରେ ଢେଙ୍କାନାଳ ପ୍ରଧାନ ଡାକଘର ର ଡାକପାଳ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସ୍ୱାଇଁ ,ଅଫିସ ସୁପର ଭାଇଜର ଶ୍ରୀଯୁକ୍ତ ସୁଜିତ୍ କୁମାର ମହାନ୍ତି,ଏବଂ ପ୍ରଶିକ୍ଷକ ଶ୍ରୀଯୁକ୍ତ ଦୀପକ କୁମାର ଲେଙ୍କା ପ୍ରଶିକ୍ଷାର୍ଥୀ ମାନଙ୍କ ସହ ଏହି ଦୌଡ଼ରେ ଭାଗ ନେଇ ଡା଼କକର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲେ।

Leave a Reply

Your email address will not be published. Required fields are marked *