( ଆମ ଓଡିଶା – ନବୀନ ଓଡ଼ିଶାର ରାଜନୈତିକିକରଣ ବିରୁଦ୍ଧରେ ଏରସମା ବ୍ଲକ ସମ୍ମୁଖରେ ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟାମାନଙ୍କର ପ୍ରତିବାଦ ଧାରଣା)
ଜଗତସିଂହପୁର
ତା =26 /10/23
ଏରସମା ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟାମାନଙ୍କ ପକ୍ଷରୁ ଆମ ଓଡିଶା – ନବୀନ ଓଡ଼ିଶାର ରାଜନୈତିକିକରଣ କରିବା | ପଲ୍ଲିସଭା ଓ ଗ୍ରାମସଭା ଗ୍ରାମପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟାମାନଙ୍କୁ ଅଣଦେଖା କରିବା | ପ୍ରତିବାଦରେ ଓ ପଂଚାୟତରାଜ ଆଇନ ଅନୁଯାୟୀ ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟାମାନଙ୍କୁ ପୂର୍ଣ୍ଣ ସାମ୍ବିଧାନିକ କ୍ଷମତା ପ୍ରଦାନ କରିବା ଦାବିନେଇ ଏରସମା ବ୍ଲକ ସମ୍ମୁଖରେ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଓ ସମିତି ସଭ୍ୟ /ସଭ୍ୟାମାନଙ୍କ ସହିତ ଶତାଧିକ ଲୋକଙ୍କର ଏକ ରାଲି ଏରସମା ମହିମା ଆଶ୍ରମ ନିକଟରୁ ବାହାରି ଏରସମା ବଜାର ପରିକ୍ରମା କରିବା ପରେ ଜିରାଇଲୋ ପଞ୍ଚାୟତର ସମିତି ସଭ୍ୟ ରଘୁନାଥ ସ୍ୱଇଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇଥିଲା l ଏହି ଧାରଣାରେ ସରପଞ୍ଚ ସଙ୍ଘ ସମ୍ପାଦକ ସୀମାଇ ଭୋଳ, ଉପଦେଷ୍ଟା ଦିପ୍ତୀରାଣୀ ପ୍ରଧାନ, ବରିଷ୍ଠ ସରପଞ୍ଚ ପ୍ରଫୁଲ୍ଲ ଦାସ, ଅଭିଜିତ ସାହୁ ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କ ଗ୍ରାମପଞ୍ଚାୟତ, ସରପଞ୍ଚ ଓ ସମିତିସଭ୍ୟ / ସଭ୍ୟାମାନଙ୍କୁ ଅଣଦେଖା ପୂର୍ବକ ତୃଣମୂଳ ସ୍ତରରୁ ଗଣତାନ୍ତ୍ରିକ ଵିଧି ବ୍ୟବସ୍ତାର କଣ୍ଠରୋଧର ତୀବ୍ର ସମାଲୋଚନା କରିଥିଲେ lଏହି ଅବସରରେ ବାଲିକୁଦା -ଏରସମା ବିଧାୟକ ରଘୁନନ୍ଦନ ଦାସ ଧାରଣାସ୍ଥଳରେ ପହଁଞ୍ଚି ସମସ୍ତ ସରପଞ୍ଚ ଓ ସମିତିସଭ୍ୟ /ସଭ୍ୟାମାନଙ୍କୁ ସମସ୍ତ ଅସନ୍ତୋଷର ଯଥାଶୀଘ୍ର ସମାଧାନ ସହିତ ଆମ ଓଡିଶା – ନବୀନ ଓଡିଶା ପ୍ରକଳ୍ପର ସମସ୍ତ କାର୍ଯ୍ୟକ୍ରମ ସରପଞ୍ଚ ଓ ସମିତିସଭ୍ୟ / ସଭ୍ୟାମାନଙ୍କର ସହଭାଗିତାରେ କରାଯିବ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିବା ପରେ ଧାରଣା ସ୍ଥଗିତ ରହିଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




