Spread the love

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ଗାନ୍ଧି ଛକ ସ୍ଥିତ ଟାଉନ୍ ହଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ମାନ୍ୟବର ବିଧାୟକ ସୌଭିକ ବିଶ୍ଵାଳ ଙ୍କ ଜରିଆରେ ଚୌଦ୍ଵାର ରେ ନୂତନ ଶିଳ୍ପ ପ୍ରତିଷ୍ଠା ନେଇ କ୍ୟାବିନେଟ୍ ରେ ମଞ୍ଜୁରୀ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଚୌଦ୍ଵାର ବାସୀ । ୱେଲ୍ ସ୍ପନ୍ କମ୍ପାନୀ ଶିଳ୍ପ ପ୍ରତିଷ୍ଠା ପାଇଁ ୩୦୦୦ କୋଟି ଟଙ୍କା ନିବେଶ କରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଚୌଦ୍ଵାର କଟକ ର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳଙ୍କ ଦରଖାସ୍ତ ଟି କୁ ୫ ଟି ସଚିବ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଥିଲେ । ମୁଖ୍ୟ ଶାସନ ସଚିବ ଉକ୍ତ ଦରଖାସ୍ତ ଉପରେ ଓ.ଟି.ଏମ ବିଷୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ନେଇ ଆଲୋଚନା କରିଥିଲେ। ପୂର୍ବରୁ ଓ.ଟି.ଏମ ସମସ୍ୟା ର ସମାଧାନ କରି ଶିଳ୍ପ ପ୍ରତିଷ୍ଠା ପାଇଁ ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ ବିଧାନସଭା ରେ ୧୨ ଥର ଆଲୋଚନା କରିବା ସହିତ ବର୍ତ୍ତମାନ ର ବିଧାୟକ ଶ୍ରୀଯୁକ୍ତ ସୌଭିିକ ବିଶ୍ଵାଳ ବିଧାନସଭା ରେ ୪ ଥର ଆଲୋଚନା କରିଥିଲେ। ଏହି ଆଲୋଚନା କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଚୌଦ୍ଵାର ରେ ପୁଣି ବୟନ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମାନ୍ୟବର ହାଇକୋର୍ଟ ଙ୍କ ଜରିଆ ରେ ଓ.ଟି.ଏମ ଶ୍ରମିକ ମାନଙ୍କ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବା ସହିତ ନୂତନ ଶିଳ୍ପ ପାଇଁ କଥା ଦେଇ କଥା ରଖି ଥିଲେ । ଶିଳ୍ପ ପ୍ରତିଷ୍ଠା ହେବା ଦ୍ବାରା ଚୌଦ୍ଵାର ରେ ୧୦ ହଜାର କୁଶଳୀ ବେକାର ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ । ମୁଖ୍ୟତଃ ଶିଳ୍ପ ରେ କଞ୍ଚାମାଲ ଭାବରେ କପା ବ୍ୟବହାର ହେବା ସହିତ ଓଡ଼ିଶାର କପା ଉତ୍ପାଦନ କରୁଥିବା କୃଷକ ଓ କୃଷିଜାତ ଦ୍ରବ୍ୟର ଚାହିଦା ବଢିବ। ଏଥିପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ରେ ଓ.ଟି.ଏମ ଶ୍ରମିକ ସଂଗଠନ ଏବଂ ଚୌଦ୍ଵାର ସହରବାସୀ , ଚୌଦ୍ଵାର ବିଜୁ ଜନତା ଦଳ ଓ ଚୌଦ୍ଵାର କଟକ ଉନ୍ନୟନ ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଚୌଦ୍ଵାର କଟକ ପ୍ରାକ୍ତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ଵାଳ , ବିଧାୟକ ସୌଭିିକ ବିଶ୍ଵାଳ ଓ ୫ ଟି ସଚିବ ଭି କେ ପାଣ୍ଡିଆନ ମହୋଦୟଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ।

Leave a Reply

Your email address will not be published. Required fields are marked *

You missed