ଦେଶ ବ୍ୟାପି ବ୍ୟାଙ୍କ ଶିଳ୍ପ ରେ ଦିନିକିଆ ଧର୍ମଘଟ
ତା. ୧୧.୦୯.୨୦୨୬ରିଖରେ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନଓ (ୟୁ ଏଫ. ବି.ୟୁ) ଡାକରାରେ ସମଗ୍ର ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଆଠ ଲକ୍ଷରୁ ଉଦ୍ଧ କର୍ମଚାରୀ ଓ ଅଧୁକାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି । ଚାରିଦଫା ସମ୍ବଳିତ ଦାବି ଯଥା:- ସପ୍ତାହକୁ ପାଞ୍ଚଦିନିଆ କାର୍ଯ୍ୟ ଦିବସ । ପରଫରମାନସ୍ ଲିଙ୍କ ଇନସେଟିଭ ( ପି.ଏଲ. ଆଇ) ସଂସୋଧନ ରେସିଜୁଆଲ ଇସୁ ର ତୁରନ୍ତ ସମାଧାନ, ପୁରୁଣା ପେନସନ ଯୋଜନାକୁ ଲାଗୁ କରିବା ଓ ଅନ୍ୟାନ ଦାବିକୁ ପୁରଣ ପାଇଁ (ୟୁ ଏଫ. ବି.ୟୁ) ଦାବି କରିଛି । ଇତି ମଧ୍ୟରେ ସଂଘ ସକରାତ୍ମକ ଭାବନା ନେଇ ବ୍ୟାଙ୍କ ସଙ୍ଘ ( ଆଇ ବି. ଏ.). କେନ୍ଦ୍ର ସରକାର ଓ ଚିଫ୍ ଲେବର କମିସନର ସହ ଆଲୋଚନା ହୋଇଥିଲେ ମଧ୍ୟ ଫଳାପଳ ବାହାରି ପାରିନାହିଁ । ଏହି ଧର୍ମଘଟ ଯୋଗୁଁ ସମଗ୍ର ଦେଶ ର ବ୍ୟାଙ୍କ କାର୍ଯ୍ୟ ଠପ୍ ହୋଇଯାଇଛି । ସପ୍ତାହକୁ ପାଞ୍ଚ (୫) ଦିନିଆ କାର୍ଯ୍ୟ ଦିବସ ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଧର୍ମଘଟ ଚାଲୁ ରହିବ । ଏଥର ଦାବୀ ପୁରଣ ନ ହେଲେ ସେପ୍ଟେମ୍ବର ୨୮, ୨୯ ଓ ୩୦ ରେ ତିନିଦିନିଆ ଧର୍ମଘଟ ହେବ ବୋଲି ସଙ୍ଘର ନେତା ସୁଭେନ୍ଦୁ ତରାଇ କହିଛନ୍ତି । ଉକ୍ତ ଦିନିକିଆ ଧର୍ମଘଟରେ ବରିଷ୍ଠ ଟ୍ରେଡ ୟୁନିୟ ନେତା ଉପେନ୍ଦ୍ର କୁମାର ଦାଶ, ଜ୍ୟୋତି ଭୁଷଣ ମହାପାତ୍ର, ପ୍ରଦୀପ କୁମାର ସରଙ୍ଗୀ ଓ ପଦ୍ମଲୋଚନ ମାହାଳିକ ସେମାନଙ୍କ ଅଭିବ୍ୟକ୍ତି ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ କୁ ସରୋଜ ଦାସ, ସଞ୍ଜୟ ଜେନା, ଉପେନ୍ଦ୍ର ମହାନ୍ତି ଓ ବିଜୟ କୁମାର ମହାପାତ୍ର ଆଦି ପରିଚାଳନା କରିଥିଲେ



