Spread the love

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଥିବା ସେଣ୍ଟମେରୀ ସ୍କୁଲ୍ ବହୁ ପ୍ରତିଭାବାନ ଛାତ୍ର ଏହି ସମାଜକୁ ପ୍ରଦାନ୍ କରିଛି। ସେହିଭଳି ବଡବିଲ ସେଣ୍ଟ ମେରୀ ସ୍କୁଲ୍ ର ବହୁ ପ୍ରତିଭାବାନ ଛାତ୍ର ହେଲେ ହେଲେ ରାହୁଲ୍ ଶ୍ରୀବାସ୍ତବ। ଯେକୀ ବଡବିଲ ପୌରଞ୍ଚଲ ସ୍ଥିତ ଓଏମଡିସି କଲୋନୀ ରେ ନିଜ ପରିବାର ସହ ରହୁଥିବା ବେଳେ ଏହି ସ୍କୁଲ୍ ରେ ଅଧ୍ୟୟନ କରୁଥିଲେ। ରାହୁଲ୍ ଏବେ ରୋମାନିଆ ରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ। ରାହୁଲ୍ ଏତେବଡ଼ ପଦବୀରେ ଅବସ୍ଥାପିତ ହେଲାପରେ ମଧ୍ୟ ନିଜେ ପିଲାଦିନେ ଅଧ୍ୟୟନ କରିଥିବା ସ୍କୁଲ୍ ଓ ତାଙ୍କୁ ପାଠପଢାଇଥିବା ଶିକ୍ଷୟତ୍ରୀ ଙ୍କୁ ଭୁଲି ପାରିନାହାଁନ୍ତି। କାହାପାଇଁ ସେ ଅଚାନକ ଆସି ପହଞ୍ଚିଥିଲେ ପିଲାବେଳେ ପଠା ପଢିଥିବା ସ୍କୁଲ୍ ରେ ଏବଂ ତାଙ୍କୁ ପଢ଼ାଇଥିବା ଶିକ୍ଷୟତ୍ରୀଙ୍କୁ ଖୋଜି ପ୍ରଣାମ କରିଥିଲେ। ତାଙ୍କୁ ଦେଖି ତାଙ୍କୁ ପାଠ ପଢ଼ାଇଥିବା ଶିକ୍ଷୟତ୍ରୀ ସିଷ୍ଟର କରୁଣା ଓ ସିଷ୍ଟର ପେଟ୍ରେସିଆ ରୋଜ୍ ଅତି ଭାବବିହୋଲ ହେବା ସହ ତାଙ୍କୁ ପୁଷ୍ପ ଗୁଛ ପ୍ରଦାନ୍ କରି ସ୍ଵାଗତ କରିଥିଲେ। ଶିକ୍ଷୟତ୍ରୀ ମାନେ ମଧ୍ଯ ନିଜକୁ ଗର୍ବିତ ଅନୁଭବ କରିଥିଲେ କି ତାଙ୍କର ଜଣେ ଛାତ୍ର ଏତେବଡ଼ ପଦବୀରେ ଅବସ୍ଥାପିତ ଏବଂ ଦେଶକୁ ପ୍ରତିନିଧିତ୍ଵ କରୁଛନ୍ତି। ତାଙ୍କ ଆଗମନରେ ସେଣ୍ଟ ମେରୀ ସ୍କୁଲ୍ ପକ୍ଷରୁ ଏକ ସଭାର ଅୟୋଜନ କରଯାଇଥିବା ଦେଖିବାକୁ ମିଳିଥିଲା।ରାହୁଲ୍ ମଧ୍ଯ କହିଥିଲେ କି ଆଜିବି ତାଙ୍କୁ ସେହି ପିଲାଦିନର ସ୍ମୃତି ସବୁ ରୋମାଞ୍ଚିତ କହୁଛି ବହିବା ସହ ସେ ମଧ୍ଯ ଭାବବିହୋଳ ହୋଇପଡ଼ିଥିଲେ ଏବଂ ତାଙ୍କ ପିଲାଦିନ କଟିଥିବା ଓଏମଡିସି କଲୋନୀ କୁ ବୁଲି ପରିଦର୍ଶନ କରିଥିଲେ। ଏବଂ ସେ ରହୁଥିବା ବଡବିଲ ଓ ଆଜିର ବଡବିଲ ମଧ୍ୟରେ ବହୁ ବିକାସ ହୋଇଥିବା ମତ ପ୍ରକାଶ କରିଥିଲେ।କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଆଞ୍ଚଳିକ ପ୍ରଶାସନ ଦ୍ୱାରା ମଧ୍ୟ ରାହୁଲଙ୍କ ସୁରକ୍ଷାର ସମସ୍ତ ବନ୍ଦୋବସ୍ତ କରଯାଇଥିବା ଦେଖିବାକୁ ମିଳିଥିଲା।

କେନୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *