କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୧୦ଫୁଟ ଲମ୍ବ ଅଜଗର ଉଦ୍ଧାର।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ଦଶ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର।ଚମ୍ପୁଆ ବ୍ଲକ ସୁନାପୋଷି ଗ୍ରାମ ନିକଟରେ ବିରାଟ ଅଜଗର ଉଦ୍ଧାର । ଗ୍ରାମବନ୍ଧ ନିକଟରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଥିବା ନେଇ ସୂଚନା । ଚମ୍ପୁଆ ସାପ ଧରାଳି ମହମ୍ମଦ ସାଜୁ ସାପଟିକୁ ଉଦ୍ଧାର କରିଛନ୍ତି। ଅଜଗରକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଆଜି ସକାଳେ ଗ୍ରାମବନ୍ଧ ନିକଟରେ କିଛିପିଲା ଖେଳୁଥିବା ବେଳେ ଏହି ବିରାଟ ଅଜଗର ସାପ ଦେଖିବାକୁ ପାଇଥିଲେ। ଅଜଗରଟି ବନ୍ଧ ପାଖ ବୁଦା ନିକଟରେ ଗୁଡାଇ ହୋଇ ପଡ଼ିଥିଲା। ଖବର ପାଇ ଗାଁ ଲୋକେ ଅଜଗରକୁ ଦେଖିବାକୁ ଉକ୍ତ ସ୍ଥାନରେ ଜମା ହୋଇଯାଇଥିଲେ। ପରେ ଗ୍ରାମବାସୀ ସାପ ଧରାଳି ମହମ୍ମଦ ସାଜୁଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ। ସାପଟିର ବୟସ ପାଖାପାଖି ୯ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଦଶଫୁଟରୁ ଅଧିକ ଲମ୍ବା ଏହି ସାପଟି ଖାଦ୍ୟ ଅନ୍ୱେଷଣରେ ଗ୍ରାମ ନିକଟରେଲକୁ ଚାଲି ଆସିଥିବା ଅନୁମାନ କରାଯାଉଛି ।ଅଜଗରଟିକୁ ସୁରକ୍ଷିତଭାବେ ଉଦ୍ଧାରକରି ନିକଟସ୍ଥ ଜଙ୍ଗଲରେ ଛଡାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



