ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହେବ। ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ।
ନଭେମ୍ବର ୨୫ରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୨୦ରେ ଶେଷ ହେବ। ସେ କହିଛନ୍ତି ଯେ ରାଷ୍ଟ୍ରପତି ଭାରତ ସରକାରଙ୍କ ସୁପାରିଶ କ୍ରମେ ନଭେମ୍ବର ୨୫ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ପାଇଁ ଉଭୟ ସଂସଦ ଗୃହକୁ ଡକାଇବାକୁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ନଭେମ୍ବର ୨୬ ବା ସମ୍ବିଧାନ ଦିବସରେ କେନ୍ଦ୍ରୀୟ ହଲ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ବିଧାନ ଲାଗୁ ହେବାର ୭୫ ବର୍ଷ ପୂର୍ତ୍ତି ପାଇଁ ଏପରି କାର୍ଯ୍ୟକ୍ରମ କରାଯିବ। ଅପରପକ୍ଷରେ ଶୀତ ଅଧିବେଶନରେ ୱାକଫ ସଂଶୋଧନ ବିଲ୍ ଉପରେ ଆଲୋଚନା ହେବ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


