Spread the love

ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ର ମୁଁ ପଞ୍ଚାୟତର ମଲ୍ଲୀପୁର ଠାରେ ଥିବା ସତ୍ୟସାଇ ଉଚ୍ଚବିଦ୍ୟାଳୟର ହିନ୍ଦି ଶିକ୍ଷୟିତ୍ରୀ ବନ୍ଦନା ନାୟକଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଭରତ ଚନ୍ଦ୍ର ନାୟକ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ସନ୍ତୋଷ କୁମାର ମିଶ୍ର। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ଇନ୍ଦ୍ରମଣି ପଣ୍ଡା। ମନୋରଞ୍ଜନ ଧଳ, ବିଧି ଭୁଷଣ ବିନ୍ଧାଣି,ଭରତ ଚନ୍ଦ୍ର ସାହୁ, ବଟେଶ୍ଵର କ୍ଲଷ୍ଟରର ସିଆରସି ସନ୍ତୋଷ କୁମାର ସାମଲ, ପୃର୍ବତନ ସିଆରସି ସଂଗ୍ରାମ କିଶୋର ସାମଲ, ସୁଧାଂଶୁ ବାଳା ମହାନ୍ତି, ଶିକ୍ଷକ ଧିରେନ୍ଦ୍ର ଭାରତୀ ପ୍ରମୁଖ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ମୀନକେତନ ପୁହାଣ, ପ୍ରତାପ ମାହାଳିକ, ବିଚିତ୍ରା ନନ୍ଦ ସାହାଣୀ, ସଂଗ୍ରାମ କିଶୋର ଧଳ, ପ୍ରଦୀପ ପରିଡା, ଗଙ୍ଗାଧର ଧଳ, ଜୟନ୍ତ କୁମାର ଦାଶ, ନୀଳମଣି ପଣ୍ଡା, ନବଘନ ବେହେରାଙ୍କ ସମେତ ଏ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବା ସଙ୍ଗେ ସଙ୍ଗେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ସମେତ ବହୁ ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ମୀନକେତନ ପୁହାଣ ଓ ମାନପତ୍ର ପଠନ କରିଥିଲେ ଶିକ୍ଷକ ପ୍ରତାପ ମାହାଳିକ।

Leave a Reply

Your email address will not be published. Required fields are marked *