Spread the love

ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ଓ ସ୍ବପ୍ନ ପୁରଣ ହେବାକୁ ଯାଉଛି।କେନ୍ଦୁଝର ଜିଲ୍ଲା ବଡ଼ବିଲ ବାସୀଙ୍କ ବହୁ ପ୍ରତିକ୍ଷିତ ଦାବୀ ଓ ସ୍ବପ୍ନ ପୁରଣ ହେବାକୁ ଯାଉଛି। ବଡ଼ବିଲ ଓ ଏହାର ଆଖପାଖ ଅଞ୍ଚଳ ଖଣିଜ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଭାରିଯାନ ଚଳାଚଳ କରିଥାଏ, ଯେଉଁଥି ପାଇଁ ଏହି ଅଞ୍ଚଳ ପ୍ରଦୂଷିତ ହେବା ସହ ଦୈନଦିନ ଦୁର୍ଘଟଣା ଦେଖିବାକୁ ମିଳେ। ଏସବୁକୁ ଏଡ଼ାଇବା ପାଇଁ ବାଇପାସ୍ ଓ ରିଙ୍ଗ ରୋଡ ନିର୍ମାଣ ପାଇଁ ସମଗ୍ର ବଡ଼ବିଲ ବାସୀ ବହୁ ଦିନରୁ ଦାବୀ କରିଆସୁଥିଲେ । ବର୍ତ୍ତମାନ ଏହି ଦାବୀ ପୂରଣ ହେବା ପରି ମନେହୁଏ। ଏହି କାର୍ଯ୍ୟ ଆରମ୍ଭ ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି,ଏହି ପରିପ୍ରେକ୍ଷୀରେ ଆଜି ଏହି କାର୍ଯ୍ୟ ଆରମ୍ଭ ର ସର୍ଭେ ପାଇଁ ଚମ୍ପୁଆ ଉପ ଜିଲ୍ଲାପାଳ ଙ୍କ ନେତୃତ୍ୱରେ ଏକ ଟିମ୍ ବଡ଼ବିଲ ରେ ପହଞ୍ଚି କିପରି ଏହି ରିଙ୍ଗ ରୋଡ ଓ ବାଇପାସ୍ ରାସ୍ତା ନିର୍ମାଣ ଶୀଘ୍ର ଆରମ୍ଭ ହେବ ତାହାକୁ ତର୍ଜମା କରିଥିଲେ। ଏହି ଅବସରରେ ଉପ ଜିଲ୍ଲାପାଳ ଓ ତାଙ୍କ ଟିମ୍ ତଦାରଖ କରି ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ପହଞ୍ଚିବା ପରେ ବଡ଼ବିଲ ବାସୀ ଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ମିଠା ଖୁଆଇ ନିଜର ଖୁସି ବ୍ୟକ୍ତ କରିଥିଲେ। ଏବଂ ଉପ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *