Spread the love

ବଣିଆପଡ଼ା ଗ୍ରାମ ବାସି ମାନେ ଜିଲ୍ଲାପାଳ ଙ୍କ ଦ୍ଵାରାସ୍ଥ

ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଓଡ଼ାପଡ଼ା ପଞ୍ଚାୟତ ଅନ୍ତର୍ଗତ ବଣିଆପଡ଼ା ଗ୍ରାମ ପାର୍ଶ୍ଵରେ ଥିବା ବ୍ରାହ୍ମଣୀ ନଦୀ ରୁ ବେଆଇନୀ ଭାବେ ବାଲି ବୋଝେଇ ଶହ ଶହ ହାଇବା ଗ୍ରାମ ମଧ୍ୟ ଦେଇ ଯାତାୟାତ କରୁଛି । ଫଳରେ ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାଟି ନଷ୍ଟ ହୋଇଗଲାଣି । ଫଳରେ ଜନସାଧାରଣ ଯିବା ଆସିବାରେ ସମସ୍ୟା ହେଉଚି । ଗ୍ରାମ କୁ ଆମ୍ବୁଲାନ୍ସ ଆସିପାରୁନାହିଁ। ବିଦ୍ୟାଳୟକୁ ପିଲାମାନେ ଯାଇ ଆସିପାରୁନାହାନ୍ତି ।ଫଳରେ ଗ୍ରାମ ବାସି ମାନେ ନାନାଦି ପ୍ରକାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏଥିମଧ୍ୟରେ ବାଲି ମଫିଆମା ମାନେ ମଧ୍ୟ ଗ୍ରାମ ବାସି ମାନଙ୍କୁ ଧମକ ଦେଉଛନ୍ତି । ଗ୍ରାମ ବାସିମନେ ଭୟଭୀତ ହୋଇ ଓଡ଼ାପଡ଼ା ତହସିଲଦାର ,ବିଡ଼ିଓ ଓ ଥାନା ଆଇ ଆଇ ସୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ନ୍ୟାୟ ପାଇ ନଥିଲେ ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ , ଆରକ୍ଷୀ ଅଧିକ୍ଷକ , ଓ ମାଇନିଙ୍ଗି ଅଫିସର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ବାଲିଘାଟ ବନ୍ଦ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ଗ୍ରାମର ପୂର୍ବତନ ସଭାପତି ରେବତୀ ବେହେରା, ସାବିତ୍ରୀ ମହାରଣା,ପ୍ରିୟବ୍ରତ ମହାକୁଡ, ପୂର୍ନେନ୍ଦୁ ସାହୁ ଓ ଶତାଧିକ ଗ୍ରାମ ବାସି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *