Spread the love

ଭୁବନେଶ୍ୱର : ପ୍ରେମ କେତେବେଳେ, କାହା ସହିତ ହୁଏ ଏକଥା କେହି କହିପାରିବେନି l ହେଲେ ପ୍ରେମର ପହିଲି ପୁଲକରେ ଉତ୍‌ଫୁଲିତ ହୋଇଉଠେ ମନ। ଯଦି ପ୍ରଥମ ଦେଖାରେ ପ୍ରେମ ହୋଇଥାଏ ତେବେ ତାହାର ମଜା ଆହୁରି ନିଆରା l

ସେଭଳି ଏକ ରୋମାଣ୍ଟିକ ଲଭ୍ ଷ୍ଟୋରୀକୁ ଆଧାର କରି ନିର୍ମିତ ହୋଇଥିବା ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’ ମୁକ୍ତିଲାଭ କରିଛି ।

ରେଞ୍ଜ ରୟାଲ ସିନେ ଲାବ୍‌ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ମିଶ୍ର। ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ ମିତ୍ରା। ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ।

“ଫାଷ୍ଟ ଲଭ୍”ର କାହାଣୀରେ ଦର୍ଶକ ଡିଫରେଣ୍ଟ ଚାର୍ମ ପାଇଛନ୍ତି। ଚଳଚ୍ଚିତ୍ରର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଚକ୍ରବର୍ତ୍ତୀ, ସନ୍ତଜିତ୍ ଚାଟାର୍ଜୀ, ନବ୍‌ସ ଏବଂ ସରୋଜ। କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ। ଚିତ୍ରଟିର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ଏବଂ ଦିବ୍ୟା ଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ରଟି ଆଜିକାଲିକା ଯୁବ ପିଢ଼ିଙ୍କୁ ବେଶ ଆକୃଷ୍ଟ କରି ପାରିଲା ଭଳିଆ ଏକ ବଳିଷ୍ଠ ପରିକଳ୍ପନାରେ ନିର୍ମିତ ହୋଇଛି l ଡ୍ରାମା, ଗୀତ, ନୃତ୍ୟ ସବୁ କିଛି ଦର୍ଶକଙ୍କୁ ବାନ୍ଧି ରଖିପାରିଛି l ଫାଷ୍ଟ ଲଭ୍ ଚଳଚ୍ଚିତ୍ର ରଜରେ ଓଡିଆ ଦର୍ଶକ ଙ୍କୁ ବେଶ ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *