ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ପକ୍ଷରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସ ରେ ରକ୍ତଦାନ ଶିବିର

ତାଳଚେର ୨୬/୦୬:-ଓଡିଶା ତଥା ତାଳଚେର ମାଟିର ସୁଯୋଗ୍ୟ ଗର୍ବ ଓ ଗୌରବ ସମସ୍ତଙ୍କର ପ୍ରିୟ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କ ୫୬ ତମ ଜନ୍ମବାର୍ଷିକୀ ଅବସରରେ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ଆନୁକୂଲ୍ୟରେ ସଂଘର ସଭାପତି ତଥା ବିଜେପି ଜିଲ୍ଲା ଉପସଭାପତି ଇଂ_ମନୋଜ_କୁମାର_ପ୍ରଧାନ ମହୋଦୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଳଚେର ଦେଉଳବେଡା DCI କ୍ଲବ୍ ଠାରେ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ ୧୬୧ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରି ସମାଜର ହିତରେ ନିଜକୁ ସାମିଲ କରିବା ସହ ଏ ମାଟିର ଲଢୁଆ ପୁଅ ମୁକୁଭାଇଙ୍କ ଜନ୍ମ ଦିବସଟିକୁ ସଂକଳ୍ପ ଦିବସ ରୂପେ ପାଳନ କରି ଅବିସ୍ମରଣୀୟ କରିଛନ୍ତି।



