Spread the love

ଫାସିମାଲ ଆଞ୍ଚଳିକ ଜୁନିଅର କଲେଜରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳିତ ।

ସମ୍ୱଲପୁର ଜିଲ୍ଲା, ଜମନକିରା ବ୍ଲକ୍,

ଆଜି ତା. ୨୫.୦୯.୨୦୨୬ ରିଖରେ ଫାସିମାଲ ଆଞ୍ଚଳିକ ଜୁନିଅର କଲେଜ, ଫାସିମାଲଠାରେ ମେରା ୟୁବା ଭାରତ, ସମ୍ବଲପୁର, ଓଡ଼ିଶା ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା।

ଏହି ଅବସରରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚନ୍ଦନିମାଲ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ଭୁବନେଶ୍ୱର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନ, ଆଦର୍ଶ ଓ ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ।

କଲେଜର ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ଭଇଁସା ସଭାକୁ ପରିଚାଳନା କରିଥିବାବେଳେ ଅଧ୍ୟାପକ ଶ୍ରୀ ରୁଦ୍ର ନାରାୟଣ ମିଶ୍ର ଶେଷରେ ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଜନ୍ମଜୟନ୍ତୀ କାର୍ଯ୍ୟକ୍ରମକୁ ଜମନକିରା ବ୍ଲକ, ସମ୍ବଲପୁର ଜିଲ୍ଲାର ମେରା ୟୁବା ଭାରତ, ଓଡ଼ିଶାର ଜାତୀୟ ଯୁବ ସ୍ୱେଚ୍ଛାସେବୀ (NYV) ଶ୍ରୀ ଯୋଗିନ୍ଦ୍ର ରୋହିଦାସ ଓ ଶ୍ରୀ ସ୍ୱସ୍ତିକ ଶର୍ମା ଆୟୋଜନ କରିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି ପାଇଁ ଆୟୋଜକଙ୍କ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।

ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *