ସହିଦ ରାଣା ପ୍ରତାପ ଙ୍କ ବାପା ଙ୍କ ବିୟୋଗ, ତାଙ୍କ ବାସଗୃହ ରେ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି

ତାଳଚେର :ତା 14/09/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୋମବାର ଦିନ ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି | ତାଳଚେର ଦେଉଳବେଡା ସ୍ଥିତ ଶ୍ରୀଗୁରୁଜୀ ଆଶ୍ରମ ରେ ପହଂଚିବା ପରେ ବରିଷ୍ଠ ବିଜେପି ନେତା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ସେଠାରେ ତାଳଚେର ନିର୍ବାଚନ ର ବିଭିନ୍ନ ଅଂଚଳ ରୁ ଆସିଥିବା କାର୍ଯ୍ୟକର୍ତା ମାନେ ସାଂସଦ ଙ୍କୁ ଭେଟି ବିଭିନ୍ନ ଆପତ୍ତି ଅଭିଯୋଗ କରିଥିଲେ |ପରେ ସାଂସଦ କିଛିଦିନ ପୂର୍ବେ ବ୍ରାହ୍ମଣୀ ନଦୀ ରେ ବୁଡି ଅକାଳ ରେ ମୃତ୍ୟୁ ବରଣ କରିଥିବା ବିକେନ୍ଦ୍ର ଦ୍ବିବେଦୀ ଙ୍କ ରେମୁଆଁ ସ୍ଥିତ ବାସଭବନ ରେ ପହଂଚି ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଥିଲେ |ପରେ ସହିଦ ରାଣା ପ୍ରତାପ ଦାସ ଙ୍କ ଙ୍କ ବାପା ଶ୍ରୀବତ୍ସ ଦାସ ଙ୍କର କିଛିଦିନ ପୂର୍ବେ ଦେହାନ୍ତ ହୋଇଥିବା ଖବର ପାଇ ସାଂସଦ ଶ୍ରୀ ପାଣି ତାଙ୍କର ବାସଭବନ କଣ୍ଢାଳ ପଂଚାୟତ ସ୍ଥିତ କୃଷ୍ଣଚନ୍ଦ୍ରପୁର ଗ୍ରାମକୁ ଯାଇ ଶୋକ ସନ୍ତପ୍ତ ପରିବାର ଙ୍କୁ ଭେଟି ସମବେଦନା ଜଣାଇଛନ୍ତି | ସାଂସଦ ଙ୍କ ସହ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ, ବରିଷ୍ଠ ନେତା ବରୁଣ ସାହୁ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ତଥା ସମିତି ସଦସ୍ୟା ସୁବର୍ଣା ସାହୁ, ମଣ୍ଡଳ ସଭାପତି ରାଜେଶ ଦଳେଇ ଓ ଅଜୟ ସାହୁ,କାଉନସିଲର ସ୍ୱାଧୀନ ଥମ୍ବ, ଜଗଦୀଶ ପ୍ରସାଦ ସିଂହ, ଜଗଦୀଶ ମିଶ୍ର, ଶମ୍ଭୁନାଥ ବେହେରା, ପ୍ରାକ୍ତନ କାଉନସିଲର ଜିତେନ୍ଦ୍ର ଦାସ, ଅମିତ କୁମାର ଦାସ ଅଖିଳ କୁମାର ସାମଲ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |




