Spread the love

୭ଟି ବିଭାଗର ୧୦ଟି ବଡ଼ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ଆରମ୍ଭ ହେବ ଐତିହ୍ୟ ଗ୍ରାମ ଯୋଜନା। ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁ ସାମିଲ ହେବ। ପ୍ରତି ବରପୁତ୍ରଙ୍କ ଗାଁର ବିକାଶ ପାଇଁ ଖର୍ଚ୍ଚ ହେବ ୧୫ କୋଟି। ମୋଟ ୩୪୫ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହି ଖର୍ଚ୍ଚରେ ସଂଗ୍ରହାଳୟ, ପାଠାଗାର ଓ ପ୍ରତିମୂର୍ତ୍ତି ଇତ୍ୟାଦି କରାଯିବ।ସେହିପରି ସ୍ମାର୍ଟ ମିଟର ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ସ୍ମାର୍ଟ ମିଟର ସ୍ଥାପନ କରାଯିବ। ୨ କିଲୋୱାଟ ପର୍ଯ୍ୟନ୍ତ ସ୍ବଳ୍ପ ବିଦ୍ୟୁତ ବ୍ୟବହାର କରୁଥିବା ପ୍ରାୟ ୮୭ ପ୍ରତିଶତ ଉପଭୋକ୍ତା ବିଶେଷ ଭାବେ ଉପକୃତ ହେବେ। ସ୍ମାର୍ଟ ମିଟର ସ୍ଥାପନ ପାଇଁ ସେଭଳି ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ କିମ୍ବା ଏହା ଖୁଚୁରା ଯୋଗାଣ ଟାରିଫ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏଥିସହ ୨ ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଜମିର ଜଳସେଚନ ପାଇଁ ବ୍ୟବସ୍ଥା କରାଯିବ। ନଦୀ,ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ‘ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନା ପ୍ରଣୟନ କରିଛନ୍ତି ।୧୦ ପ୍ରସ୍ତାବକୁ କ୍ୟାବିନେଟ ମୋହରରାଜ୍ୟରେ ଆରମ୍ଭ ହେବ ଐତିହ୍ୟ ଗ୍ରାମ ଯୋଜନା୨୬ ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବପ୍ରତି ବରପୁତ୍ରଙ୍କ ଗାଁର ବିକାଶ ପାଇଁ ଖର୍ଚ୍ଚ ହେବ ୧୫ କୋଟି ସହ ୩୪୫ କୋଟି ଖର୍ଚ୍ଚ ହେବଏହି ଖର୍ଚ୍ଚରେ ସଂଗ୍ରହାଳୟ, ପାଠାଗାର ସହ ପ୍ରତିମୂର୍ତ୍ତି କରାଯିବମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାରେ ସ୍ମାର୍ଟ ମିଟର ସ୍ଥାପନ କରାଯିବ୨ କିଲୋୱାଟ ପର୍ଯ୍ୟନ୍ତ ୮୭% ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେସ୍ମାର୍ଟ ମିଟର ପାଇଁ ଉପଭୋକ୍ତାଙ୍କୁ ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡିବ ନାହିଁ୨,୬୩,୮୦୧ ହେକ୍ଟର ଜମିର ଜଳସେଚନ ପାଇଁ ବ୍ୟବସ୍ଥା କରାଯିବରାଜ୍ୟ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତିପାର୍ବତୀଗିରି ବୃହତ୍ ଉଠାଜଳସେଚନ ଯୋଜନା ପ୍ରଣୟନ କରିଛନ୍ତିଏହି ଯୋଜନାରେ ୪ଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ହେବପ୍ରସ୍ତାବିତ ଉତ୍କର୍ଷ ଯୋଜନାରେ ୫ଟି ସରକାରୀ ଆଇଟିଆଇର ବିକାଶ ହେବଅତ୍ୟାଧୁନିକ ଲ୍ୟାବ୍‌, ସ୍ମାର୍ଟ କ୍ଲାସ୍‌ରୁମ୍, ଡିଜିଟାଲ୍ ଶିକ୍ଷାସ୍ଥାନ ଏବଂ ଉପକରଣଗୁଡ଼ିକର ପୁନଃନିର୍ମାଣ ହେବ

Leave a Reply

Your email address will not be published. Required fields are marked *