Spread the love

ନୂଆଦିଲ୍ଲୀ : ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଭାରତୀୟ ନିର୍ବାଚନ କମିଶନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିବେ। ନିର୍ବାଚନ କମିଶନ ଅପରାହ୍ନ ୪ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

ଯାହାକୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସମ୍ବୋଧିତ କରିବେ । ସୂତ୍ର ଅନୁସାରେ, ପଶ୍ଚିମବଙ୍ଗରେ ସବୁଠାରୁ ବଡ଼ ନିର୍ବାଚନୀ ଲଢ଼େଇ ଦେଖାଯିବ। ଯେଉଁଠାରେ ତିନିରୁ ଚାରି ପର୍ଯ୍ୟାୟରେ ମତଦାନ ହୋଇପାରେ। ଆସାମରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ଅଛି। ଏହାବ୍ୟତୀତ ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ କରିବାକୁ ପ୍ରସ୍ତୁତି କରୁଛନ୍ତି।

Leave a Reply

Your email address will not be published. Required fields are marked *