Spread the love

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ବଲାଙ୍ଗିର ସର୍କିଟ୍ ହାଉସ୍ ଠାରେ ଲୋକମାନଙ୍କୁ ଭେଟି ଆଲୋଚନା କରିବା ସହ ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଆଜି ବଲାଙ୍ଗିର ସର୍କିଟ ହାଉସ୍ ପରିସରରେ ଅଂଚଳବାସୀଙ୍କୁ ଭେଟି ସେମାନଙ୍କ ସୁଖ-ଦୁଃଖ ଓ ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛି।

ଆମ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସ୍ୱର ହିଁ ସର୍ବୋପରି। ପ୍ରତିଟି ଅଭିଯୋଗର ଉଚିତ୍ ଅନୁଧ୍ୟାନ କରି ତୁରନ୍ତ ସମାଧାନ କରିବା ପାଇଁ ମୁଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଲୋକଙ୍କ ଆସ୍ଥା ଓ ଅକୁଣ୍ଠ ଭଲପାଇବା ହିଁ ଆମକୁ ଜନହିତକର କାର୍ଯ୍ୟ କରିବା ପାଇଁ ଅସୀମ ପ୍ରେରଣା ଓ ଶକ୍ତି ଯୋଗାଉଛି।

ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଉତରଦାୟୀ ଏବଂ ଲୋକାଭିମୁଖୀ କରିବା ସହିତ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ସରକାରୀ ସେବା ପହଂଚାଇବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦରେ ଆମେ ଏକ ସଶକ୍ତ, ସ୍ୱାଭିମାନୀ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଦୃଢ଼ ସଂକଳ୍ପର ସହ ଆଗେଇ ଚାଲିଛୁ।

Leave a Reply

Your email address will not be published. Required fields are marked *