ଇନଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା । ଆପ ଛାଡ଼ି ପଦ୍ମ ଧରିବା ପରେ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଫଲୋୟର୍ସ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି । ପାର୍ଟି ପରିବର୍ତ୍ତନ ପରେ ତାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ଏକ ମିଲିୟନ କମିଛି । ପୂର୍ବରୁ ସାଂସଦ ରାଘବ ଚଢ଼ାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ପ୍ରାୟ ୧୪.୬ ମିଲିୟନ୍ ଅର୍ଥାତ ୧ କୋଟି ୪୬ ଲକ୍ଷ ଥିଲା ।
ଗୋଟିଏ ଦିନ ମଧ୍ୟରେ ପ୍ରାୟ ୧ ମିଲିୟନ୍ ଅର୍ଥାତ ୧୦ ଲକ୍ଷ ଫଲୋଅର୍ସ କମିଯାଇଛନ୍ତି । ଏତେ ଫଲୋଅର୍ସ କମିଲେ କାହିଁକି ? ପୂର୍ବରୁ ରାଘବ ଚଢ଼ା AAPରେ ଥିବା ବେଳେ ଯୁବବର୍ଗ ଓ ଜେନ୍-ଜେଡ୍ (Gen Z)ଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ଥିଲେ । ତାଙ୍କୁ ସେମାନେ ଅନୁସରଣ କରୁଥିଲେ । ହେଲେ ବିଜେପିରେ ତାଙ୍କର ଯୋଗଦାନକୁ ଅନେକ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାନ୍ତି ।ପ୍ରତିବାଦ ସ୍ୱରୂପ ଇନଷ୍ଟାରେ ତାଙ୍କୁ ଅନଫଲୋ କରୁଛନ୍ତି । କେବଳ ଏତିକି ନୁହେଁ ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ ଟ୍ରୋଲ୍ କରାଯାଉଛି । କିଛି ସପ୍ତାହ ପୂର୍ବରୁ ରାଘବ ଚଢ଼ାଙ୍କୁ ରାଜ୍ଯସଭାରେ ଆପର ରାଜ୍ୟସଭା ଉପନେତା ପଦରୁ ହଟାଇ ଅଶୋକ ମିତ୍ତଲକୁ ଦାୟିତ୍ବ ଦିଆଯାଇଥିଲା । ଏହାପରେ ଗତକାଲି ରାଘବଙ୍କ ସମେତ ୭ ସାଂସଦ ଆପ ଛାଡ଼ି ବିଜେପିରେ ସାମିଲ ହେବା ଯୋଗୁ ଆମ ଆଦମୀ ପାର୍ଟିକୁ ଶକ୍ତ ଧକ୍କା ଲାଗିଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

