Spread the love

ନୁଆଦିଲ୍ଲୀ : ନିଟ୍- ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ବାତିଲ କରାଯିବା ପରେ ଆସନ୍ତା ଜୁନ୍‌ ୨୧ ତାରିଖରେ ପୁନଃ ପରୀକ୍ଷା କରାଯିବ। ପୁନଃ ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି ନ ରହିବାକୁ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ଓ କୌଣସି ବିଶୃଙ୍ଖଳା ବିନା ପ୍ରଶ୍ନପତ୍ର ପରିବହନ ପାଇଁ ଭାରତୀୟ ବାୟୁସେନା ବିମାନ ବ୍ୟବହାର କରିବାର ବିକଳ୍ପ ଉପରେ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି।

ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ସରକାରଙ୍କୁ ବିଭିନ୍ନ ଦିଗରୁ ସମାଲୋଚନାର ଶିକାର ହେବା ପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା ପାଇଁ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଓ ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଯୋଗ ଦେଇଥିଲେ। ସୂତ୍ର ଅନୁଯାୟୀ, ବୈଠକରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଜୁନ୍ ୨୧ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପରିବହନ ପାଇଁ ବାୟୁସେନା ବିମାନର ସାହାଯ୍ୟ ନିଆଯାଇପାରିବ କି ନାହିଁ ସେ ବିଷୟରେ ଆଲୋଚନା କରିଥିଲେ। ତଥାପି ଏହି ବିକଳ୍ପ ଉପରେ ଏପର୍ୟ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

Leave a Reply

Your email address will not be published. Required fields are marked *