Spread the love

ଜୁନାଗଡ଼ ବ୍ଲକ ରେ ଯନ୍ତ୍ରୀ ସଙ୍କଟ, ଉନ୍ନୟନ କାର୍ଯ୍ୟରେ ବାଧା , 34ପଂଚାୟତ କୁ 4ଯନ୍ତ୍ରୀ, ଜିଲ୍ଲାପାଳ ଙ୍କୁ ଚିଠି ଲେଖିଲେ ବିଧାୟକ….,

ଜୁନାଗଡ଼, (ବାଲେଶ୍ୱର ସୁନାନୀ )29/5ଜୁନାଗଡ଼ ବ୍ଲକ ରେ ବହୁସଂଖ୍ୟରେ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପଦ ଖାଲିଥିବାରୁ ଅଂଚଳରେ ବିଭିନ୍ନ ଉନ୍ନୟନ କାଯ୍ୟରେ ବାଧାପ୍ରାପ୍ତ ହେଉଛି, ସୂଚନା ନୁ ଯାଇ ବ୍ଲକ ପାଇଁ ମୋଟ 11ଜଣ କନିଷ୍ଠ ଯନ୍ତ୍ରୀ ଓ 6ଜଣ ସହକାରୀ ଯନ୍ତ୍ରୀ ପଦ ମଞ୍ଜୁର ହୋଇଛି, ଏବେ ମାତ୍ର 3ଜଣ କନିଷ୍ଠ ଯନ୍ତ୍ରୀ ଓ ଜଣେ ମାତ୍ର ସହକାରୀ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି, 34ଟି ପଂଚାୟତ କୁ ନେଇ ଗଠିତ ହୋଇଥିବା ବ୍ଲକ ରେ 4ଜଣ ଯନ୍ତ୍ରୀ କୁ ନେଇ ବିକାଶ ମୂଳକ କାଯ୍ୟ କରିବା ଅସମ୍ଭବ ହୋଇ ପଡିଛି ବୋଲି ବିଧାୟକ ଦିବ୍ୟଶଙ୍କର ମିଶ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି,ଅନ୍ୟ ବ୍ଲକ କୁ ଯନ୍ତ୍ରୀ କୁ ଡେପୁଟେସନ ଯୋଗୁଁ ସମସ୍ୟା ବଢିଛି, ନିଜ ବ୍ଲକ ର ସମସ୍ୟା ଥାଇ ଅଉ 3ଜଣ ସହକାରୀ ଯନ୍ତ୍ରୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କୁ ଧର୍ମଗଡ଼, କେସିଙ୍ଗା, ଲାଞ୍ଜିଗଡ଼ ବ୍ଲକ କୁ ଡେପୁଟେସନ ରେ ପଠାଯାଇଛି, ବିଶେଷକରି ସହକାରୀ ଯନ୍ତ୍ରୀ କରୁଣାକର ମୁର୍ମୁ ଙ୍କୁ ଧର୍ମଗଡ ବ୍ଲକ କୁ ଡେପୁଟେସନ ରେ ପଠାଯାଇଛି, ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଜିଲ୍ଲାପାଳ ଙ୍କ ନିକଟରେ ଶ୍ରୀ ମୁର୍ମୁ ଙ୍କ ସହ ଅନ୍ୟ 2ଜଣ ସହକାରୀ ଯନ୍ତ୍ରୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଙ୍କୁ ଡେପୁଟେସନ କୁ ତୁରନ୍ତ ବାତିଲ କରି ସେମାନଙ୍କୁ ନିଜ ମୂଳ କର୍ମକ୍ଷେତ୍ର ଜୁନାଗଡ଼ କୁ ଫେରାଇ ଆଣିବାକୁ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି,ବ୍ଲକ ରେ ଖାଲି ପଡିଥିବା ଯନ୍ତ୍ରୀ ପଦ ଶୀଘ୍ର ପୂରଣକରିବା ସହ ବ୍ଲକ ର ବିକାଶ କାର୍ଯ୍ୟ କୁ ତୁ୍ରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ ପାଇଁ ସେ ଆଶା ପ୍ରକାଶ କରିଛନ୍ତି,

Leave a Reply

Your email address will not be published. Required fields are marked *