Spread the love

ଲୁହାପଥର ବୋଝେଇ ଟ୍ରକ, ଲୋଡର୍ ମେସିନ ଜବତ,କିନ୍ତୁ ଖଣିମାଫିଆ ଫେରାର୍।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଅହେତୁକ ମାତ୍ରାରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୁଏ। କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ନୟାଗଡ଼ ରେଳ ସାଇଡ଼ିଂ ନିକଟ ଅଞ୍ଚଳରେ ଚୋରା ଲୁହାପଥର ଚାଲାଣ ହେଉଥିବା ବେଳେ ବିସ୍ଵସ୍ତ ସୂତ୍ରରୁ ଖବର ପାଇ ବାମେବାରି ପୋଲିସ ଅତର୍କିତ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଚୋରା ଲୁହାପଥର ସହ ହାଇୱ। ଓ ମେସିନ୍ ଜବତ ହୋଇଥିବା ନେଇ ସୂଚନା। ଏହି ଚୋରା କାରବାରରେ ଖଣି ମାଫିଆ ମାନେ ବ୍ୟବହୃତ କରିଥିବା ଏକ ଲୋଡର ମେସିନକୁ ମଧ୍ୟ ପୋଲିସ ଜବତ କରିଛି ।ନୟାଗଡ଼ ଅଞ୍ଚଳରେ ଲୁହା ପଥର ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଏହି ଅଞ୍ଚଳରୁ କେତେବେଳେ ଜବତ ହୋଇଥିବା ଗଛିତ ଲୁହାପଥର ତ କେତେବେଳ ରେଳ ସାଇଡ଼ିଂ ଓ ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚୋରି ହେଉଥିବା ବେଳେ ଖଣି ମାଫିଆ ମାନଙ୍କ ଟେର୍ ପାଉନି ପୋଲିସ । ଆଜି ଖଣି ମାଫିଆ ମାନେ ଚୋରାରେ ଉନ୍ନତ ମାନର ଲୁହାପଥର ଚୋରାଚାଲାଣ ପାଇଁ ବୋଝେଇ କରୁଥିବା ବେଳେ ଖବର ପାଇ ପୋଲିସ ଚଢାଉ କରି ଏହି OD 01 AR 3411 ନମ୍ବର୍ ବିଶିଷ୍ଟ ଲୁହାପଥର ବୋଝେଇ ହାଇୱ। ସମେତ ଏଥିରେ ବ୍ୟବହୃତ ଲୋଡର ମେସିନକୁ ଜବତ କରିଛି ପୋଲିସ୍ । କିନ୍ତୁ ବିଡ଼ମ୍ବନାର ବିଷୟ ଯୋଡ଼ା ଖଣିମଣ୍ଡଳ ଆନ୍ତର୍ଗତରେ ଖଣି ମାଫିଆ ମାନେ ସିଧାସଳଖ ଆଞ୍ଚଳିକ ପ୍ରଶାସନକୁ ଚ୍ୟାଲେଞ୍ଜ ଦେବାଭଳି ବାରମ୍ବାର ଏପରି ବହୁମୂଲ୍ୟ ଖଣିଜ ପଦାର୍ଥ ଚୋରାଚାଲାଣ କରୁଥିବା ବେଳେ ଗାଡ଼ି ଓ ମେସିନ୍ ଜବତ ହେଉଥିବା ବେଳେ ଖଣିମାଫିଆ ମାନେ ଧରା ନପଡ଼ିବା ବୁଦ୍ଧିଜୀବୀଙ୍କ ଅନେକ ପ୍ରଶ୍ନ ଉଙ୍କିମାରେ। ଏହି ଖଣି ମାଫିଆ ମାନେ କିଏ ଓ କାହା ଛତ୍ର ଛାୟାରେ ଅଛନ୍ତି ଯାହା ପାଇଁ ପୋଲିସ୍ ର ହାତ ଏମାନଙ୍କ ପାଖରେ ପହଞ୍ଚି ପାରୁନି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *