Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାମାନ୍ୟ ବଚସାରୁ ଲୁହା ରଡ଼ ମାଡରେ ମୁଣ୍ଡ ଫାଟିଲା

 

 

ଜେ. ବି. ଏନ୍ (୧୪/୧୨ /୨୦୨୦)

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣି ପୋଖରୀ ପଞ୍ଚାୟତ ଦାଣ୍ଡିପଶି ଗ୍ରାମରେ ଗତକାଲି ଅପରାହ୍ନରେ ସାମାନ୍ୟ ବଚସା ନେଇ ଲୁହା ରଡ଼ ମାଡରେ ଜଣଙ୍କର ମୁଣ୍ଡ ଫାଟିଛି । ଦାଣ୍ଡିପଶି ଗ୍ରାମର ନରେନ୍ଦ୍ର ନାଏକ (୬୦) ଓ ପଡ଼ୋଶୀ ନଧର ନାଏକ (୫୫) ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାଗରେ ନଧର ହାତରେ ଧରିଥିବା ଲୁହା ରଡରେ ନରେନ୍ଦ୍ରଙ୍କ ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲେ । ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ନରେନ୍ଦ୍ରଙ୍କୁ ଘଟଗାଁ ମେଡିକାଲ ନିଆଯାଇଥିଲା । ଏନେଇ ଆଜି ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଥିବା ବେଳେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଘଟଣାର ତଦନ୍ତ କରୁଛନ୍ତି l