ପୁଣି ଯାତ୍ରୀବାହୀ ବସ୍ କୁ ରେଳ ଓଭରବ୍ରିଜରେ ଧକ୍କାଦେଲା ଟ୍ରେଲର, ଯାତ୍ରୀ ଆହତ ।
ପୁଣି ୫୨୦ ନମ୍ବର୍ ଜାତୀୟ ରାଜପଥ ଉପରେ ଯାତ୍ରୀବାହୀ ବସ୍ କୁ ଧକ୍କାଦେଲା ଟ୍ରଲର। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ାଥାନା ଅନ୍ତର୍ଗତ ୫୨୦ ନମ୍ବର୍ ଜାତୀୟ ରାଜପଥ ର ଲହଣ୍ଡା ରେଳ ଓଭରବ୍ରିଜ ନିକଟରେ ତୁରୁମୁଙ୍ଗ। ଯାଉଥିବା ବିଳାସିନୀ ନାମକ ଯାତ୍ରୀବାହୀ ବସକୁ ପଛପଟୁ ଏକ ଖଣିଜ ପଦାର୍ଥ ବୋଝେଇ ଟ୍ରେଲର ଧକ୍କା ଦେଇଥିଲା ।ଫଳରେ ବସଟି ଆଗକୁ ଯାଇ ନପାରି ରାସ୍ତା କଡ଼ରେ ଥିବା ନିକଟ ନଦୀ କୂଳକୁ ଖସି ଯାଇଥିବା ନେଇ ସୂଚନା।ତେବେ ସୁରକ୍ଷା ବ।ଡ ଥିବାରୁ ବସଟି ନଦୀ ଗର୍ଭକୁ ନ ଯାଇ ସେଠାରେ ଅଟକି ରହିଥିଲା ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଘଟିବାରୁ ବର୍ତ୍ତି ଯାଇଛି।ଏପରି ଭୟାବହ ଦୁର୍ଘଟଣା ଯୋଗୁ ବସରେ ଥିବା ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ବସ ଯାତ୍ରୀ ବର୍ତ୍ତି ଯାଇଛନ୍ତି ।ବସ ଟି ଦୁର୍ଘଟଣା ଗ୍ରସ୍ତ ପରେ ଜାତୀୟ ରାଜପଥ କୁ ସମ୍ପୂର୍ଣ ଭାବେ ଅବରୋଧ କରି ଉତେଜନା ଦେଖିବକୁ ମିଳିଛି.ବାରମ୍ବାର ଏହି ଅଂଚଳ ରେ ଏହିଭଳି ଦୁର୍ଘଟଣା ଘଟୁଛି ଗାଡି ଡ୍ରାଇଭର ମାନେ ବେପରୁଆ ଢ଼ଙ୍ଗରେ ଓ ଦ୍ରୁତ ଗତିରେ ଗାଡି ଚଳାଇ ଏଭଳି ଦୁର୍ଘଟଣା ଘଟାଉଥିବା ଭଳି ଦୃଶ୍ୟ ବାରମ୍ବାର ଦେଖିବକୁ ମିଳୁଛି ।ଜାତୀୟ ରାଜପଥ କତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁ ଯୋଡା କଳା ପାହାଡ଼ ଠାରୁ ଲହଣ୍ଡ। ପର୍ଯ୍ୟନ୍ତ ୪ଲେନ୍ ରାସ୍ତା ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି ।ଦୀର୍ଘ ୪ ବର୍ଷ ରୁ ଉର୍ଦ୍ଧ୍ବ ହେବ ରୀମୁଳୀ -ରାଜାମୁଣ୍ଡା ୫୨୦ ନଂ ଜାତୀୟ ରାଜପଥ ୪ଲେନ ସମ୍ପୂର୍ଣ କରାଯାଇଥିବା ଘୋଷଣା କରି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ଉଦ୍ଘାଟନ କରାଯାଇ ଟୋଲ ଆଦାୟ ଆରମ୍ଭ କରାଯାଇ ଥିଲା ।ଉକ୍ତ ସ୍ଥାନରେ ୪ଲେନ ରାସ୍ତା ସମ୍ପ୍ରସାରଣ ଓ ଓଭରବ୍ରିଜ ନିର୍ମାଣ କରାଯାଉ ନ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବ। ସହିତ ଟ୍ରାଫିକ ଜାମ ରହୁଛି । ଯାହାକୁ ନେଇ ଅଞ୍ଚଳ ବାସିନ୍ଦା ମାନଙ୍କ ମଧ୍ୟରେ ଆସୋନ୍ତୋଷ ଦେଖାଦେଇଛି। ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



