ବିଶ୍ଵ ପରିବେଶ ଦିବସ ଉପଲକ୍ଷେ
ଜୟ ଦୁର୍ଗା ଖେଳ ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଜୁନାଗଡ :୦୫/୦୬ (ବାଲେଶ୍ୱର ସୁନାନୀ )ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ଦ୍ଵାରା ଆୟୋଜିତ ସବୁଜ ସୁନ୍ଦର ଗ୍ରାମ ର ଲକ୍ଷ୍ୟ ନେଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମରେ ଥିବା କମ୍ପ୍ୟୁଟର ଶିକ୍ଷ୍ୟା କେନ୍ଦ୍ର ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଶ୍ଵ ପରିବେଶ ଦିବସ ଅବସର ରେ ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆ ଚାରି ପାର୍ଶ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ନାନ୍ଦୋଲ ସରପଞ୍ଚ ତଥା ପ୍ରକୃତି ବନ୍ଧୁ ପୁରସ୍କୃତ ପ୍ରାପ୍ତ ଶ୍ରୀମତୀ ମମତା କର , ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ର କାର୍ଯ୍ୟ କ୍ରମ ଅଧିକାରିଣୀ ଶ୍ରୀମତୀ ଖିରମଣି କୁମ୍ଭାର ଓ ସହକାରୀ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଗଙ୍ଗାଧର ନାଏକ, ନାନ୍ଦୋଲ କମ୍ପ୍ୟୁଟର ଶିକ୍ଷକ ଶ୍ରୀ ଧୀରେନ୍ଦ୍ର ସୁନାନି ,ତୋଫାନ ବାରିକ ଏବଂ ସମସ୍ତ ଛାତ୍ର ଛାତ୍ରୀ ରହି ବୃକ୍ଷ ରୋପଣ କରିଥିଲେ । ସର୍ବ ଶେଷ ରେ ନାନ୍ଦୋଲ କମ୍ପ୍ୟୁଟର ଶିକ୍ଷ୍ୟା କେନ୍ଦ୍ର ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ପ୍ରଦାନ କରାଯାଇଥିଲା । ଏଭଳି ମହତ କାର୍ଯ୍ୟ କରିଥିବାରୁ ଅଞ୍ଚଳବାସୀ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ଓ ଧିରେନ୍ କମ୍ପ୍ୟୁଟର ର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ ।



