Spread the love

ଚାମେଲି ଓଝାଙ୍କୁ ନେଇ ଏବେ ପୁରା ସରଗରମ ଓଡ଼ିଶା ରାଜନୀତି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ସରପଞ୍ଚ ସଂଘ ସଭାପତି ଚାମେଲି ଓଝାଙ୍କୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଗୁଣ୍ଡା ଲଗାଇ ମାଡମାରି ଥାନାରେ ଅଟକ ରଖି ଥିବା ଘଟଣାକୁ ରାଜ୍ୟ ସରପଞ୍ଚ ସଂଘ ନିନ୍ଦା କରିବା ସହ ଏହାର ତଦନ୍ତ କରି ଦୋଷୀ ବିରୋଧରେ ଯଥାଶୀଘ୍ର ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରପଞ୍ଚ ଗ୍ରାମପଞ୍ଚାୟତର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆବ୍ଲକ ର ବଡନଇ ଓ ସରେଇ ପଞ୍ଚାୟତ ରେ ହେଉଥିବା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀଙ୍କ ସମ୍ମିଳନୀକୁ ଦୁଇଟି ପଞ୍ଚାୟତର ସରପଞ୍ଚ ଅସହଯୋଗ କରିଛନ୍ତି। ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଜଣ ଯାକ ସରପଞ୍ଚ ଆସିନଥିବାରୁ ସରପଞ୍ଚଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *