Spread the love

ପବିତ୍ର ମୋହନ ପ୍ରଧାନ ଙ୍କ ୩୯ ତମ ଶ୍ରାଦ୍ଧ ଦିବସ ପାଳିତ।।
ତାଳଚେର ୧୩/୬ ତାଳଚେର ର ଅଗ୍ରଣୀ ସ୍ବେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ, ଆଗେଇବା ଓ ତାଳଚେର ପୂଜ୍ୟ ପୁଜା ପରିଷଦ ପକ୍ଷରୁ,ଗଡ଼ଜାତ ଆନ୍ଦୋଳନ ର ମୂଖ୍ୟ ପୁରୋଧା ଆଜନ୍ମ ବିପ୍ଳବୀ ତଥା ଓଡ଼ିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନ ଙ୍କ ୩୯ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ତାଳଚେର ପବିତ୍ର ମୋହନ ଛକ ନିକଟରେ ଥିବା ପବିତ୍ର ମୋହନ ଙ୍କ ପ୍ରତିମୂର୍ତ୍ତି ରେ ଆଜି ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ନେତୃତ୍ବରେ ବହୁ ପବିତ୍ର ପ୍ରେମୀ ଯୋଗ ଦେଇ ମାଲ୍ୟାର୍ପଣ କରିବା ସହ ସ୍ମୁତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନ, ଆଗେଇବା ପରିବାର, ପୂଜ୍ୟପୂଜା ପରିଷଦର କର୍ମକର୍ତା ମାନେ ସାମିଲ ଥିଲେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ରମେଶ ବେହେରା, ପବିତ୍ର ମୋହନ ସ୍ମୃତି କମିଟି ର ସଭାପତି ତପନ କୁମାର ମହାରଣା, କୁଶ ବିହାରୀ ସାମଲ, କାଳନ୍ଦୀ ସାମଲ, ଅନିଲ ନାଏକ, ସିଟିଜେନ ଫୋରମ୍ ର ସଭାପତି ଜିତେନ୍ଦ୍ର ମହାପାତ୍ର ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।।

Leave a Reply

Your email address will not be published. Required fields are marked *