Spread the love

ବିଏମ୍‌ଏସ୍ ପକ୍ଷରୁ ଖଣି କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ତାଳଚେର, ୧୩/୦୬ ତାଳଚେର ବ୍ଲକ ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣିର ବୈଦ୍ୟୁତିକ ଓ ଯାନ୍ତ୍ରିକ ବିଭାଗର ବରିଷ୍ଠ ଫୋରମ୍ୟାନ ଇନଚାର୍ଜ ବିଭୂତି ଭୂଷଣ ସ୍ୱାଇଁ ଓ ଅଜୟ କୁମାର ସାହୁଙ୍କୁ ଭାରତୀୟ ମଜଦୁର୍ ସଂଘ, ହିଙ୍ଗୁଳା ଶାଖା ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ହିଙ୍ଗୁଳା ବିଏମ୍‌ଏସ୍ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ବିଏମ୍‌ଏସ୍ ହିଙ୍ଗୁଳା ଶାଖା ସଭାପତି ବିନ୍ଦୁ ସାଗର ଦାଣ୍ଡିଆ ଅଧ୍ୟକ୍ଷତା କରିଥିଲେ । ତାଳଚେର କୋଇଲାଖଣି ମଜଦୁର ସଂଘର ପୂର୍ବତନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପ୍ରଧାନ, ସମାଜସେବୀ ହାଡ଼ିବନ୍ଧୁ ପ୍ରଧାନ, ନିରାକର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ଚନ୍ଦ୍ରଭାନୁ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ବରିଷ୍ଠ ଫୋରମ୍ୟାନ ଇନଚାର୍ଜ ବିଭୂତି ଭୂଷଣ ସ୍ୱାଇଁ ଓ ଅଜୟ କୁମାର ସାହୁ କୋଇଲା ଖଣି ଅଧିକାରୀ ଭାବରେ ପ୍ରମୋସନ ପାଇଥିବାରୁ ସଂଗଠନ ପକ୍ଷରୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଅତିଥିମାନେ ଦୁଇ ବରିଷ୍ଠ ଖଣି କର୍ମଚାରୀଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହ ସେମାନଙ୍କର ଅମାୟିକ ବ୍ୟବହାର ତଥା କୁଶଳ କାର୍ଯ୍ୟଦକ୍ଷତା ଯୋଗୁଁ ସହକର୍ମୀମାନଙ୍କ ନିକଟରେ ପ୍ରିୟପାତ୍ର ହୋଇ ପାରିଥିଲେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନେ ତାଙ୍କର ଭବିଷ୍ୟତ ଜୀବନ ଦୀର୍ଘ, ନିରାମୟ ହେବା ସହ ତାଙ୍କର ଉତୋରତର ଉନ୍ନତି କାମନା କରିଥିଲେ । ଦୁଇ ବରିଷ୍ଠ ଖଣି କର୍ମଚାରୀ ବିଭୂତି ଭୂଷଣ ସ୍ୱାଇଁ ଓ ଅଜୟ ସାହୁଙ୍କୁ ସଂଗଠନ ପକ୍ଷରୁ ଉତରୀୟ, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଏମ୍‌ଏସ୍ ହିଙ୍ଗୁଳା ଶାଖା ସଂପାଦକ ଚନ୍ଦ୍ରଭାନୁ ସାହୁ ପରିଚାଳନା କରିଥିବା ବେଳେ ସର୍ବେଶ୍ୱର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ପ୍ରତାପ ଚନ୍ଦ୍ର ସାହୁ, ମଳୟ ମହାନ୍ତି, ଅନୀଲ ପ୍ରଧାନ, ସମୀର ପ୍ରଧାନ, ବିଭୂତି ସାମଲ, ନିରଞ୍ଜନ ବାରିହା, କାଶୀନାଥ ଦେବତା, ଅରୁଣ ବେହେରା, ଜଗନ୍ ସାମଲ, ଦିଲ୍ଲୀପ ଦେହୁରୀ, ଚିନ୍ମୟ ଦେହୁରୀଙ୍କ ସମେତ ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *