Spread the love

ଭୁବନେଶ୍ୱର – ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଋଷିକୂଲ୍ୟା ନଦୀ ଉପରେ ୧୫୨ କୋଟି ୧୦ ଲକ୍ଷ ଟଙ୍କାରେ ତିଆରି କରାଯାଉଥିବା କଂସାରୀଗଣ୍ଡ ବ୍ୟାରେଜକୁ ବୁଲି ଦେଖିବା ସହିତ ଏହାକୁ ମାର୍ଚ୍ଚ ମାସ ତଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ୧୬ଟି ଗ୍ରାମର ୧ ଲକ୍ଷ ୫୨ ହଜାର ୬୦୦ ଲୋକ ଉପକୃତ ହୋଇପାରିବେ। ପରେ ମନ୍ତ୍ରୀ ଶ୍ରୀ ହରି ଚନ୍ଦନ ଛତ୍ରପୁର ବ୍ଲକର ଗଙ୍ଗାପୁର ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବୁଲି ଦେଖିବା ସହିତ ଏହାର କାର୍ଯ୍ୟରେ ଯଥେଷ୍ଟ ବିଳମ୍ବ ଘଟିଥିବାରୁ ଏହାକୁ ଶୀଘ୍ର ଶେଷ କରିବା ପାଇଁ କହିଛନ୍ତି। ଏହି ସମୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା ଓ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *