ରଜ ମହୋତ୍ସବ
ଢେଙ୍କାନାଳସ୍ଥିତ ସଦର ବ୍ଲକ ଗେଙ୍ଗୁଟିଆ ଗ୍ରାମ ପଞ୍ଚାୟତ ର କେଞ୍ଚୁଆ ବେରେଣୀ ରାଜସ୍ୱ ଗ୍ରାମର “ଦାମ ସାମନ୍ତରାୟ ସ୍ବୟଂ ସେବକ ସଂଘ” ର କର୍ମକର୍ତ୍ତାଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ରଜ ମହୋତ୍ସବ ଆୟୋଜିତ ହୋଇଛି। ପ୍ରଥମେ ମହିଳା ମାନଙ୍କର ରଜ ସଜବାଜ ଓ ରଜ ପୋଡ଼ପିଠା,ରଜପାନ, ଦୋଳି ଖେଳ ଆଦି ର ବ୍ୟବସ୍ଥା କରାଯାଇଥିଲା।ତତ୍ ସହିତ ମହିଳା ମାନଙ୍କ ସହ ଛୋଟ ଶିଶୁ ମାନଙ୍କ ନେଇ ମୁଜ୍ୟକ୍ ଚେୟାର୍, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ମଲ୍ଲିକ GPDO ମହାଶୟ ,ଦାମ ସାମନ୍ତରାୟ ସ୍ବୟଂ ସେବକ ସଂଘ ର ଅନ୍ୟାନ୍ୟ ସଦସ୍ୟ ଗଣ ପ୍ରଦୀପ, ସଞ୍ଜୟ,ସନାତନ,ପ୍ରକାଶ,ସୁଶାନ୍ତ,ମିକୁନ୍, ଗଣେଶ, ଯଶବନ୍ତ, ଠାକୁର ପ୍ରସାଦ, ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀ ରଞ୍ଜିତ କୁମାର ମଲ୍ଲିକ ପୂର୍ବତନ ସରପଞ୍ଚ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା।




