Spread the love

ପୁରୁଣାଦିନର ଅଭୁଲା ଅନୁଭୂତିର ରୋମନ୍ଥନରେ ବିତାଇଲେ ବରୁଣେଶ୍ଵର ହାଇସ୍କୁଲର ୧୯୮୩ ବ୍ୟାଚର ଛାତ୍ର ଛାତ୍ରୀ ପହିଲି ରଜ

ଯାଜପୁର —– ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ଅରେଇ ଠାରେ ଥିବା ବାବା ବରୁଣେଶ୍ଵର ପୀଠ ସଂଲଗ୍ନ ବରୁଣେଶ୍ଵର ହାଇସ୍କୁଲର 1983 ସିନିଅର ବ୍ୟାଚ ଛାତ୍ର ଛାତ୍ରୀଙ୍କର ବନ୍ଦୁମିଳନ ଓ ଗୁରୁପୁଜନ କାର୍ଯ୍ୟକ୍ରମ ଆନନ୍ଦ ଉଲ୍ଲାସ ମଧ୍ୟରେ ପରିଚାଳିତ ହୋଇଥିଲା ।ଦିନ ବିତିଯାଏ ସିନା ମନ ସେମିତି ରହିଥାଏ,ହଜିଲା ଦିନକୁ ଖୋଜିବା ବେଳେ ଯେଉଁ ଅନୁଭବ ସଞ୍ଚାରିତ ହୋଇଥାଏ ତାର ପ୍ରତିଫଳନ ମନ ଉପରେ ପଡିଥାଏ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଛାତ୍ର ଛାତ୍ରୀ ମାନେ ପରସ୍ପରକୁ ଭେଟି ତେୟାଳିଶ ବର୍ଷର
ପୁରୁଣା ଦିନର ଅଭୁଲା ଅନୁଭୂତିର ରୋମନ୍ଥନରେ ବିଭୋର ହେବା ସହିତ ପହିଲି ରଜର ପ୍ରଥମ ଦିନକୁ ବିଦାୟ ଦେଇଥିଲେ।।।ପ୍ରଥମେ ବାବା ବରୁଣେଶ୍ଵର ଙ୍କ ଦର୍ଶନ ପରେ ଗୁରୁପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏବଂ ଗୁରୁମାନଙ୍କୁ ‌ସମ୍ବଦ୍ଧିତ କରାଯାଇଥିଲା। ସୁବାସ ଚନ୍ଦ୍ର ନାୟକ, ଅଦ୍ୱୈତ ପ୍ରସାଦ ପଣ୍ଡା, ପ୍ରସନ୍ନ କୁମାର ସା‌ହୁ, ବିମ୍ବାଧର ଓଝା କୈଳାସ ଚନ୍ଦ୍ର ବେହେରା, ଦିଗମ୍ବର ସାହୁ, ମଧୁସୂଦନ ପଣ୍ଡା ଓ ସମ୍ପତ୍ତି ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । ଶେଷରେ କାର୍ଯ୍ୟକ୍ରମ ଗୁଡିକର ଆୟୋଜନ କ୍ଷେତ୍ରରେ ଡା ଦୋଳଗୋବିନ୍ଦ ଜେନା ଓ ତାଙ୍କର ପତ୍ନୀ ବନ୍ଦନା ନାୟକଙ୍କ ସହଯୋଗ ପାଇଁ ବନ୍ଧୁ ମାନେ ବଧେଇ ଜଣାଇ ଥିଲେ

Leave a Reply

Your email address will not be published. Required fields are marked *

You missed