ରଜ ମହୋତ୍ସବରେ ଚମକୁଛି ତାଳଚେର ଅଂଚଳ
ପୁରପଲ୍ଲୀ ଠାରୁ ସହରାଚଂଳ ସବୁଠି ରଜଉତ୍ସବର ଆସର
ତାଳଚେର, ୧୪/୦୬ ଆଜି ରଜମହୋତ୍ସବ ତାଳଚେରର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଚଂଳ ପର୍ଯ୍ୟନ୍ତ ବେଶ ଜାକଜମରେ ହେଉଥିବା ଦେଖିବାକୁ ମିଳିଛି । ଘରର ମହିଳା ମାନଙ୍କ ସହିତ କାଉଁରୀ କନ୍ୟାମାନେ ନୂତନ ଡ଼୍ରେସ୍ ପରିଧାନ କରି ପାଦରେ ଅଳତା ଓ ଝୁମୁକା ଲଗା ପାଉଁଜି, ଆମ୍ବତୋଟାର ଦୋଳି ସ୍ଥାନ ଓ ରଜଗୀତର ଆସରରେ ଚମକୁ ଥିବା ଦେଖାଯାଇଛି । ତାଳଚେର ବ୍ଲକର ବିଭିନ୍ନ ଗ୍ରାମ ଯଥା -କଙ୍କିଳି, ଧରମପୁର, ସଇନାଳୀ, ହରିହରପୁର, କାକୁଡ଼ି, ସାତପାଟିଆ, ସ୍କଟଲାଣ୍ଡପୁର, ବିହାରୀପୁର, କିଶୋରରୀପାଳ, ଭେରୁବଣିଆ, ଗୁରୁଜାଙ୍ଗ, ସନ୍ଥପଡ଼ା, ବହ୍ଲର, ଚାଇଁପାଳ, ଜଗନ୍ନାଥପୁର, ଦାସନାଳୀ, ଗୋଡ଼ିବନ୍ଧ, ଗୁରୁଜାଙ୍ଗୁଲି, କଣ୍ଡାଳ, ପଦ୍ମାବତୀପୁର, ଡ଼ଅଁରା, କଳମଛୁଇଁ, ଗୋପାଳପ୍ରସାଦ କୁମୁଣ୍ଡା, ରାକସବାହାଳ, ଘଂଟପଡ଼ା, ଚାଳଗଡ଼ ଏବଂ ତାଳଚେର ପୌରାଚଂଳର ୨୧ଗୋଟି ୱାର୍ଡ଼ରେ କାଉଁରୀ କନ୍ୟାଙ୍କ ନିମନ୍ତେ ଦୋଳି କରାଯାଇଥିବା ଦେଖିବାକୁ ମିଳିଥିଲା । ବିଶେଷ କଥା ହେଉଛି ମହିଳାମାନେ ପ୍ରାତଃ କାଳରୁ ବିଛଣା ପରିତ୍ୟାଗ କରି ସ୍ନାନ ଓ ଠାକୁରଙ୍କୁ ପଜାର୍ଚ୍ଚନା କରିବା ସହ ଠାକୁରଙ୍କ ନିକଟରେ ନିଜର ପରିବାରର କୁଶଳମଙ୍ଗଳ ମନାସୀଥିଲେ । ପରେ ପରେ ବିରି, ଚାଉଳ ବତାରାଇ ପିଠାପଣା, ଖୀରି, ଖେଚୁଡ଼ି ଇତ୍ୟାଦି ପ୍ରସ୍ତୁତ କରି ସାହି ପଡ଼ୋଶୀଙ୍କ ଘରକୁ ଦିଆଯିବା, ଏହା ଓଡ଼ିଆର ନିଆରା ପରମ୍ପରା ବୋଲି ମନାଯାଇଥାଏ । କିଛି କିଛି ସ୍ଥାନ ଗୁଡ଼ିକରେ ମିଠାପାନର ଆସର ମଧ୍ୟ ଦେଖିବାକୁ ମିଳିଥିଲା, ଶୁଣାଯାଏ କି, ଦୋଳି ଖେଳିବା ପୂର୍ବରୁ ମିଠାପାନକୁ ଅତି ଆନନ୍ଦର ସହିତ ଖିଆଯାଇଥାଏ, କାରଣ ରଜଦୋଳିର ଏହା ଆଉ ଏକ ଅନ୍ୟତମ ଆନନ୍ଦ । ପ୍ରାୟତଃ ଜାଗା ତଥା ଘରର କିଛିକାଂଶ ଦୂର ଆମ୍ବତୋଟା ଠାରେ ଦୋଳି କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା, ଦୋଳି ଖେଳିବା ପାଇଁ ବାଡ଼ିପଟ କିମ୍ବା ଏକ ସଙ୍କୁିତ ସ୍ଥାନ ଦୋଳି ଝୁଲାଇଲେ ସାହି ବସ୍ତିର କାଉଁରୀ କନ୍ୟାଙ୍କ ପାଇଁ ଏକତ୍ରିତ ହୋଇ ସହଜରେ ଖେଳିପାରି ନଥାନ୍ତି, ତେଣୁ ସେମାନେ ଆମ୍ବତୋଟା କିମ୍ବା ଏକ ପ୍ରସାର ସ୍ଥାନରେ ଦୋଳିକୁ ଝୁଲାଇଥାନ୍ତି । ତେବେ ଆଜି ଦିନଟି ଓଡ଼ିଆ ଜାତି ପାଇଁ ଏକ ପବିତ୍ର ଦିନ ବୋଲି ମନାଯାଉଥିବାରୁ ଏହି ରଜମହେତ୍ସବକୁ ଅତି ଆନନ୍ଦ ସହକାରେ ପାଳନ କରାଯାଇଥିବା ଦେଖାଯାଇଥିଲା ।

August 1, 2026/
No Comments


