ଅମଠା ଯାଦବ ଭବନରେ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ପକ୍ଷରୁ ବିଶ୍ୱ ଯୁବ କୌଶଳ ଦିବସ ପାଳିତ
ଗୋଲାମୁଣ୍ଡା/୧୫/୭/୨୬/(ଜାଗ୍ରତ ଭାରତ) ଜନ ଶିକ୍ଷଣ ସଂସ୍ଥାନ (JSS), କଳାହାଣ୍ଡି, କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଗୋଲାମୁଣ୍ଡା ବ୍ଲକ୍ର ଅମଠା ଯାଦବ ଭବନରେ ବିଶ୍ୱ ଯୁବ କୌଶଳ ଦିବସ ଅବସରରେ ଏକ ସଚେତନତା ସଭା ଏବଂ ପ୍ରମାଣପତ୍ର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଜେଏସଏସ କଳାହାଣ୍ଡିର ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱଜିତ୍ ପଧାନ ସଭାପତିତ୍ୱ କରିଥିଲେ। ସେ ଯୁବପିଢ଼ିଙ୍କୁ କୌଶଳ ବିକାଶର ଗୁରୁତ୍ୱ ଏବଂ ସ୍ୱାବଲମ୍ବୀ ହେବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଜେଏସଏସ କଳାହାଣ୍ଡିର ପ୍ରୋଗ୍ରାମ ଅଫିସର ଶ୍ରୀ କ୍ଷୀରମଣି କୁମ୍ଭାର ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଥିବା ବିଭିନ୍ନ କୌଶଳ ପ୍ରଶିକ୍ଷଣ ସମ୍ପର୍କରେ ସୂଚନା ପ୍ରଦାନ କରି ଯୁବପିଢ଼ିଙ୍କୁ କୌଶଳ ଅର୍ଜନ କରି ଆତ୍ମନିର୍ଭରଶୀଳ ହେବା ଏବଂ ଦକ୍ଷତା ସହ ଆଗକୁ ବଢ଼ିବା ପାଇଁ ଆହ୍ୱାନ କରିଥିଲେ। ଅନ୍ୟ
ସହକାରୀ ପ୍ରୋଗ୍ରାମ ଅଫିସର ଶ୍ରୀ ଗଙ୍ଗାଧର ନାଏକ “ସାମୂହିକ ଭବିଷ୍ୟତରେ ଦକ୍ଷତାର ଭୂମିକା” ବିଷୟରେ ଆଲୋଚନା କରି ଯୁବପିଢ଼ିଙ୍କୁ ନୂତନ କୌଶଳ ହାସଲ କରି ସମାଜ ଓ ଦେଶର ବିକାଶରେ ସକ୍ରିୟ ସହଭାଗୀ ହେବାକୁ ପ୍ରେରିତ କରିଥିଲେ।
ଏହି ଅବସରରେ ଜେଏସଏସ କଳାହାଣ୍ଡିର କମ୍ପ୍ୟୁଟର ଅପରେଟର ଶ୍ରୀମତୀ ଲିପାମଣି ନାଗ ଏବଂ ଫିଲ୍ଡ ଆସିଷ୍ଟାଣ୍ଟ ଶ୍ରୀ ତୋଫାନ ବାରିକ ଉପସ୍ଥିତ ଥିଲେ। ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିୟୁର ଚିପ ରାମ କୁମାର ସେନାପତି, ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ୱାଦିକ ଯୁଗ୍ମ ସମ୍ପାଦକ କପୁର ଚନ ସେଠୀଆ, କୋଷାଧକ୍ଷ ଜନ୍ମ୍ଜୟ ନାଇକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ, ସମସ୍ତ କାର୍ଯ୍ୟ କ୍ରମକୁ ଶ୍ରୀ ଧିରେନ ସୁନାନି ସଞ୍ଚାଳନ କରିଥିଲେ।
ଏହି ଅବସରରେ ଜନ ଶିକ୍ଷଣ ସଂସ୍ଥାନ, କଳାହାଣ୍ଡିର ବିଭିନ୍ନ କୌଶଳ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତ ଯୁବକ-ଯୁବତୀ କୌଶଳ ବିକାଶ ମାଧ୍ୟମରେ ସ୍ୱାବଲମ୍ବୀ ହୋଇ ଦେଶ ଓ ସମାଜର ଉନ୍ନତିରେ ସହଭାଗୀ ହେବା ପାଇଁ ସଂକଳ୍ପ ଗ୍ରହଣ କରିଥିଲ,
କଳାହାଣ୍ଡି ଗୋଲାମୁଣ୍ଡା ରୁ କାପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



