Spread the love

ଅଙ୍ଗନବାଡ଼ି ଖାଦ୍ୟରୁ ମିଳିଲା ମଲା ଝିଟିପିଟି; ୭ରୁ ଅଧିକ ଶିଶୁ ଅସୁସ୍ଥ, ମେଡିକାଲରେ ଚିକିତ୍ସାଧୀନ

ବାଲେଶ୍ୱର, ୫ ଅଗଷ୍ଟ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ର ମଇତାପୁର ପଞ୍ଚାୟତ ଅଧୀନ ବଡ଼ଗହମା ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଖାଦ୍ୟକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଶିଶୁମାନଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟରୁ ଏକ ମଲା ଝିଟିପିଟି ମିଳିଥିବା ଅଭିଯୋଗ ପରେ ୭ରୁ ଅଧିକ ଶିଶୁ ଅସୁସ୍ଥ ହୋଇ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ, ଜଣେ ଶିଶୁ ଖାଦ୍ୟ ଖାଇବା ବେଳେ ପାତ୍ର ଭିତରେ ଅସ୍ୱାଭାବିକ ବସ୍ତୁ ଦେଖି ସନ୍ଦେହ କରିଥିଲା। ଭଲଭାବେ ଯାଞ୍ଚ କରିବା ପରେ ତାହା ଏକ ମଲା ଝିଟିପିଟି ବୋଲି ଜଣାପଡ଼ିଥିଲା। ଏହାପରେ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ଶିଶୁମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା।

ଡାକ୍ତରଙ୍କ ତତ୍ତ୍ୱାବଧାନରେ ସମସ୍ତ ଶିଶୁଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଘଟଣାକୁ ନେଇ ଅଭିଭାବକମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନରେ ଅବହେଳା ହୋଇଥିବା ଅଭିଯୋଗ କରି ସେମାନେ ଦୋଷୀଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *