କେନ୍ଦୁଝର ଜିଲ୍ଲାରେ ବଣୁଆ ହାତୀ ଆକ୍ରମଣରେ ଯୁବକ ଗୁରୁତର।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ବଣୁଆ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ନେଇ ସୂଚନା। ଜଙ୍ଗଲି ହାତୀ ଆକ୍ରମଣରେ ଯୁବକ ଗୁରୁତର ଆହତ। ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନର ଫୁଲକଅଳେଇ ଫୁଲକଅଁଳେଇ ଗ୍ରାମରେ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ବାରିଆ ଥାନା ଗିଧିବାସ ଗ୍ରାମର ଶମ୍ଭୁ ମହାନ୍ତ ହୋଇଥିବା ନେଇ ସୂଚନା। ସେ ହାତୀ ଦେଖିବାକୁ ଆସି ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଫୁଲକଅଁଳେଇ କାଜୁ ବଗିଚାରେ ପାଞ୍ଚଟିକିଆ ହାତୀପଲ ଥିବା ବେଳେ ଆଜି ହାତୀ ଦେଖିବାକୁ ଆସିଥିଲେ ଶମ୍ଭୁ। ଘଟଣା ସମ୍ପର୍କରେ ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ଗୁରୁତର ଅବସ୍ଥାରେ ଶମ୍ଭୁକୁ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



