କୁଢ଼ କୁଢ଼ ଆବର୍ଜନା ରେ ଫାଟି ପଡୁଛି ଭଟଲି, ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା
ଭଟଲି ::- ପଶ୍ଚିମ ଓଡିଶା ର ଶ୍ରୀକ୍ଷେତ୍ର ଭାବେ ଜଣା ଯାଉଥିବା ଭଟଲି ର ବିଭିନ୍ନ ସ୍ଥାନ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡି ରହିଥିବା ଯୋଗୁ ବର୍ଷା ଦିନ ରେ ଦୁର୍ଗନ୍ଧ ରେ ଫାଟି ପଡୁଛି ରଥ ଦାଣ୍ଡ ତଥା ବିଭିନ୍ନ ଅଂଚଳ l ଯେପରି ମୁଖ୍ୟ ରାସ୍ତା ରୁ ତଥା ତହସିଲ ଅଫିସ ବାଉଣ୍ଡ୍ରି ତରୁ ସତୀହାରୀ ନଗର କୁ ଯିବାକୁ ହେଲେ ଆରମ୍ଭ ରୁ ଥିବା ଗଦା ଗଦା ଅଳିଆ ଆବର୍ଜନା ସତେ ଯେପରି ସମସ୍ତ ଙ୍କୁ ସ୍ୱାଗତ କରୁଛି, ଦୁର୍ଗନ୍ଧ କଥା ନ କହିଲେ ଭଲ , ରାସ୍ତା ରେ ଯିବା ଆସିବା କରୁଥିବା ଲୋକମାନେ ନାକରେ କପଡା ବାନ୍ଧି ଯିବାକୁ ପଡୁଛି l ସେହିପରି ଶାନ୍ତି ବାଳିକା ବିଦ୍ୟାଳୟ ବାଉଣ୍ଡ୍ରି କୁ ଲାଗି ବହୁତ ଅଳିଆ ଆବର୍ଜନା ପଡି ରହିଥିବାରୁ ସ୍କୁଲ ପରିବେଶ ଦୂଷିତ ହେବାରେ ଲାଗିଛି l ସ୍ୱଚ୍ଛ ଭାରତ ହେଲେ ସ୍ୱଚ୍ଛ ପରିବେଶ ହେବ ବୋଲି ସରକାର ଅଭିଯାନ ଚଲାଇଥିବା ବେଲେ ଭଟଲି ରେ ତାର ଓଲଟା ଚିତ୍ର ସାଧାରଣ ଜନତା ଙ୍କ ନଜର କୁ ଆସୁଛି l ଏହି ସବୁକୁ ନେଇ ପ୍ରସାଶନ ନିରବ ଦ୍ରଷ୍ଟା ସାଜି ସୁବୁଜାଣି ନ ଜାଣିଲା ପରି ଅଭିନୟ କରୁଛି ବୋଲି ଜନ ମାନସ ରେ ଚର୍ଚ୍ଚା ଯୋର ଧରିଥିବା ବେଳେ ସ୍ୱଚ୍ଛ ଭାରତ ର ସ୍ୱଚ୍ଛତା ଦିଗକୁ ପାଦ କେବେ ବଢିବ ତାହା ଦେଖିବାକୁ ବାକି ରହିଲା…. …. l



