ବିଜେପି ନେତା ହତ୍ୟା ମାମଲାରେ ୩ ବରଫ ସମସ୍ତ ଅଭିଯୁକ୍ତ କୋର୍ଟ ଚାଲାଣ
ମ.ରାମପୁର,ତା୭।୮(ଜାଗ୍ରତ ଦ୍ଭାରତ) କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନାରେ ତା୬।୮।୨୦୨୬ ରିଖ ଦିନ ମ.ରାମପୁର ଥାନାରେ କେସ୍ ନଂ-୧୯୮/୨୦୨୬,ବିଏନଏସ୍ ୧୦୩(୧)/୩(୫) ଧାରା ଅନୁଯାୟୀ ଶ୍ରୀ ଫକୀରମୋହନ ରଣା (୪୭ବର୍ଷ), ହତ୍ୟା ସମ୍ପର୍କରେ ଏକ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ ସମୟରେ ଘଟଣା ସ୍ଥଳ ପରିଦର୍ଶନ,ସାକ୍ଷୀ ମାନଙ୍କ ବୟାନ ରେକର୍ଡ,ବୈଜ୍ଞାନିକ ଦଳ ଦ୍ୱାରା ପ୍ରମାଣ ସଂଗ୍ରହ ଓ ମାନବ ଗୁଇନ୍ଦା ସୂଚନା ଆଧାରରେ ଘଟଣାରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଯାହାଙ୍କ ନାମ ମମତାଜ ସାହୁ ଓରଫ ତୁଳସୀରାମ (୪୧ବର୍ଷ),ସୁରସିଂ ପାତ୍ର (୩୫ବର୍ଷ),ବଳଦେବ ସାହୁ (୨୮ବର୍ଷ), ସେମାନଙ୍କ ଦ୍ୱାରା ହତ୍ୟାରେ ବ୍ୟବହୃତ ଛୁରୀ ଉଦ୍ଧାର କରାଯାଇଛି। ଘଟଣାରେ ବ୍ୟବହୃତ ବଜାଜ ପ୍ଲାଟିନା ମୋଟର ସାଇକେଲ ନମ୍ବର ଓଡି୦୩ଏସ ୧୧୫୯ ଅଭିଯୁକ୍ତ ମାନଙ୍କ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ,ପୂର୍ଵ ଶତ୍ରୁତା ଏବଂ ସ୍ଥାନୀୟ ବିବାଦକୁ କେନ୍ଦ୍ର କରି ୫ ତାରିଖ ରାତ୍ରୀ ପ୍ରାୟ ୮ଘଣ୍ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସମସ୍ତ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।ମାମଲାର ତଦନ୍ତ ଜାରି ରହଛି।ମ.ରାମପୁର ପୋଲିସ ନିରପେକ୍ଷ ଏବଂ ଆଇନ ସମ୍ମତ ତଦନ୍ତ ମାଧ୍ୟମରେ ଦୋଷୀ ମାନଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରିବା ପାଇଁ ପ୍ରତିବଦ୍ଧ।
