Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅନୁଗୁଳ ରେ ବିଜେଡିର ମିଶ୍ରଣ ପର୍ବ

 

ଜେ ବି ଏନ, ୧୮/୦୧/୨୦୨୧, (ରିପୋର୍ଟ, ସୁବ୍ରତ କୁମାର ସାମଲ), ଅନୁଗୋଳ : ଅଜି ସର୍କିଟ ହାଉସଠାରେ ସାଂସଦ ମହେଶ ସାହୁଙ୍କ ଉପସ୍ଥିତିରେ ଯୁବନେତା ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ସୁମନ ଜେନା , ପ୍ରିୟଙ୍କା ପଣ୍ଡା , ଲୁଲୁ ଭୂତିଆ , ଆଶିଷ ସେନାପତି , ହୃଦାନନ୍ଦ ବେହେରା , ପପୁ ଭୂତିଆ , ମାନସ ଘଡ଼େଇଙ୍କ ସମେତ ୫୦ ଜଣ ଯୁବକଯୁବତୀ ବିଜେଡିରେ ମିଶିଛନ୍ତି । ନୂଆ ଯୁବକଯୁବତୀ ରାଜନୀତିକୁ ଆସିବା , ରାଜନୀତି ପ୍ରତି ରୁଚି ରଖିବା ନିଶ୍ଚିତ ଭାବେ ଖୁସିର କଥା ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ । ଏହି ଅବସରରେ ସାଂସଦଙ୍କ ଅନୁଗୁଳ ବିଧାନସଭା କ୍ଷେତ୍ର ପ୍ରତିନିଧି ଭକ୍ତିପ୍ରସାଦ ଦାସ , ଅନଗୁଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମମତା ପ୍ରଧାନ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦିନେଶ ପ୍ରଧାନ ଉପସ୍ଥିତ ଥିଲେ।