ଅର୍ଚିତା ଙ୍କ ୨୦୨୧ ରେ ଆସୁଛି ନୂଆ ଚଳଚିତ୍ର ‘ROLL NO 27,ସୁଜାତା ସେନାପତି’

ଜେ ବି ଏନ, ୧୮/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : କରୋନା ମହାମାରୀ ଦୋହଲାଇ ଦେଇଥିଲା ଜୀବନ ଜିବିକା l ଏହି ପ୍ରଭାବ ରଙ୍ଗୀନ ଦୁନିଆକୁ ମଧ୍ଯ ପ୍ରଭାବିତ କରିଥିଲା l ମୁଁ କହୁଛି ଓଡ଼ିଆ ଚଳଚ୍ଚିତ୍ର ଜଗତ ବା ଓଲିଉଡ଼ ଇଣ୍ଡଷ୍ଟ୍ରୀ କଥା l ଏବେ କିନ୍ତୁ ପୁଣି ଚଳଚଞ୍ଚଳ ହୋଇପଡିଛି ଏହି ଇଣ୍ଡଷ୍ଟ୍ରି l ସମସ୍ତେ ପୁଣି ଫେରି ଆସିଛନ୍ତି ଓ ମଜି ଯାଇଛନ୍ତି ଏହି ରାଇଜରେ l ତିଆରି କରୁଛନ୍ତି ନିଜର ଆଶାର ସୁନ୍ଦର ନିର୍ମାଣ l ଏହି ଅବସରରେ ତେବେ ବଲିଉଡ ଜଗତର ସୁନ୍ଦରୀ ନାୟିକା ଅର୍ଚିତାଙ୍କର ଅପ କମିଙ୍ଗ ଫିଲ୍ମ ଆସିବ ପରଦାକୁ l ଏଥିପାଇଁ ଭାରି ଖୁସି ଅଛନ୍ତି ଅଭିନେତ୍ରୀ ଅର୍ଚିତା l ଏହି ଚଲଚ୍ଚିତ୍ର ୨୦୨୧ ବର୍ଷର ତାଙ୍କ ପାଇଁ ଏକ ନୂଆ ଚାଲେଞ୍ଜ ବୋଲି ଅର୍ଚିତା କହିଛନ୍ତି l ଏଥିପାଇଁ ସେ ଭାରି ଏକ୍ସାଇଟେଡ୍ ଅଛନ୍ତି l ଏହା ଜୀ ସାର୍ଥକ ମୁଭି ବୋଲି ଜଣା ପଡିଥିବା ବେଳେ ନିର୍ଦେଶନା ଅଶୋକ ପତି ଥିବା ସୂଚନା ମିଳିଛି l ସେହିପରି ମ୍ୟୁଜିକ୍ ଗୁଡଲି ରଥ ଦେବେ ବୋଲି ସୂଚନା ମିଳିଛି l ତେବେ ଅର୍ଚିତା ଏଥିପାଇଁ ଖୁବ୍ ଉତ୍ସାହିତ ଅଛନ୍ତି l ଏ ନେଇ ସେ ଏକ ଟ୍ୱିଟ଼ ମଧ୍ୟ କରି ଏକ ଫଟୋ ଶେୟାର କରିଛନ୍ତି l ଏହି ଚଳଚିତ୍ରର ନାମ ‘ରୋଲ ନମ୍ବର . 27, ସୁଜାତା ସେନାପତି’ ବୋଲି ସୂଚନା ମିଳିଛି l
https://twitter.com/architaworld/status/1350438849537691652?s=09



