
ଚାରି ବଖରା ଘର ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ଜେ ବି ଏନ, ରିପୋର୍ଟ, ଚୈତନ୍ୟ ସାହୁ, ୨୭.୦୨.୨୦୨୧,ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର(ଖ) ପଂଚାୟତ ଇନ୍ଦିରା ନଗର ଥିବା ତ୍ରିନାଥ ନାଏକ ଙ୍କ ଚାରି ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ମିଲିଥୁବା ସୂଚନା ଅନୁଯାୟୀ ଗତ କାଲି ରାତି ୧୦ଟା ସମୟରେ ତ୍ରିନାଥ ପରିବାର ଖାଇ ସାରି ସୋଇବାକୁ ଗଲାବେଳେ ଦ୍ଵଖିଲେ ଚାଳରୁ ନିଆ ହୁ ହୁ ହୋଇ ଜଳୁଛି ଖଣିକ ମଧ୍ୟରେ ତ୍ରିନାଥଙ୍କ ଚାରି ବଖରା ଘର ଜଳିପୋଡି ଛାରଖାର ହୋଇଯାଇଥିଲା।ଅନୁଗୋଳ ଦମକଳ ବାହିନୀ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ହେଲେ ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା ସତସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଧେହ କରାଯାଉଛି।ଘରେ ଥିବା ସମସ୍ତ ଆସବାବପତ୍ର ଲୁଗାପଟା ଓ ଧାନ ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି।ତ୍ରିନାଥଙ୍କୁ ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା ମିଳି ନାହିଁ।ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରି ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।ଘଟଣା ସ୍ଥଳରେ ଫୁଲପଡାଅତିରିକ୍ତ ରାଜସ୍ବ ନିରୀକ୍ଷକ କ୍ଷୟକ୍ଷତି ଆକଳନ କରି ଫେରିଥିବା ଜଣାପଡିଛି।



