ପାରାଦ୍ଵୀପ-ହାଇଦ୍ରାବାଦ ପାଇପ ଲାଇନ୍ ପ୍ରକଳ୍ପ ଆଳରେ ଢ଼ିଙ୍କିଆ ଗ୍ରାମର ସର୍ବସାଧରଣ ଜମିକୁ ବଳପୂର୍ବକ ଅଧିଗ୍ରହଣ ବିରୁଦ୍ଧରେ ଗଣଧାରଣା

ଜେ ବି ଏନ, ୨୮/୦୨ /୨୦୨୧, (ରିପୋର୍ଟ, ଜ୍ୟୋତି ରଂଜନ ପରିଡା), ଜଗତସିଂହପୁର : ପାରାଦ୍ଵୀପ-ହାଇଦ୍ରାବାଦ ପାଇପ ଲାଇନ୍ ପ୍ରକଳ୍ପ ଆଳରେ ଢ଼ିଙ୍କିଆ ଗ୍ରାମର ସର୍ବସାଧରଣ ଜମିକୁ ବଳପୂର୍ବକ ଅଧିଗ୍ରହଣ ବିରୁଦ୍ଧରେ ଗଣଧାରଣା l ହାଇଦ୍ରାବାଦ ପାଇପ ଲାଇନ୍ ପ୍ରକଳ୍ପ ପାଇଁ ଢ଼ିଙ୍କିଆରେ ଦୀର୍ଘ ଦିନ ହେବ ସମସ୍ୟା ଦେଖାଦେଇଛି ! ;ସ୍ଥାନୀୟ ଅଂଚଳରେ ପ୍ରବଳ ବିରୋଧ ଜାରୀ ରହିଛି ! ଜ଼ିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ରାତି ଅଧିଆ ଜୋର୍ ଜବରଦସ୍ତ ପାଇପ୍* *ଲାଇନ୍ ବିଛାଇବା କାର୍ଯ୍ୟକୁ ଆଶଙ୍କା କରି ଗ୍ରାମବାସୀଙ୍କ ତରଫରୁ ମା ଫୁଲଖାଇ ନିକଟରୁ ବିଶାଳ ଶୋଭାଯାତ୍ରା ଓ ଜନସମାବେଶ କରାଯାଇଥିଲା, ! ଏହି ସମାବେଶ ରେ ଶହ ଶହ ମହିଳା ପୁରୁଷ ଏକତ୍ରିତ ହୋଇ ଢ଼ିଙ୍କିଆ ଗ୍ରାମରେ ଥିବା ଗୋଚର ଜମିରେ ଗ୍ରାମବାସୀଙ୍କ ଅଗୋଚରରେ ତଥା କୌଣଷି ସୁଚନା ନଦେଇ ପ୍ରଶାସନ ଓ ଆଇଓସିଏଲ କତ୍ତୃପକ୍ଷ ବେଆଇନ୍ ଭାବେ ଜୋର୍ ଜବରଦସ୍ତ ପାଇପ୍ ଲାଇନ ବିଛାଇବା ପାଇଁ ମସୁଧା ଚଳେଇଛନ୍ତି ! ଯଦି ଗ୍ରାମବାସୀଙ୍କ ଅଗୋଚରରେ ବେଆଇନ୍ ଓ ଜୋର୍ ଜବରଦସ୍ତ ପାଇପ୍ ଲାଇନ୍ ପ୍ରକଳ୍ପ କାର୍ଯ୍ୟ ହୁଏ,ତେବେ ତୀବ୍ର ବିରୋଧ କରାଯିବ,!ଏଥିପାଇଁ ଯଦି କୌଣଷି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ,ତେବେ କମ୍ପାନୀ କର୍ତ୍ତୃପକ୍ଷ ଓ ସରକାର ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
